୪ବର୍ଷ ପରେ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ମିଳିଲା ଅନୁମତି

ଦିର୍ଘ ଚାରି ବର୍ଷର ବ୍ୟବଧାନ ପରେ ଓଡ଼ିଶା ସଚିବାଳୟ ବା ଲୋକସେବା ଭବନକୁ ପ୍ରବେଶ ପାଇଁ ସାମ୍ବାଦିକଙ୍କୁ ଅନୁମତି ମିଳିଛି। ସାମ୍ବାଦିକମାନେ ଲୋକସେବା ଭବନକୁ ପ୍ରାୟ ୪ବର୍ଷ ପରେ ପ୍ରବେଶର ଅନୁମତି ପାଇଛନ୍ତି । ବିଜେଡି ସରକାର ଦ୍ୱାରା ୨୦୨୦ ମାର୍ଚ୍ଚ ମାସରେ ଲୋକସେବା ଭବନକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଥିଲା । ବାରମ୍ବାର ଦାବି ସତ୍ତ୍ୱେ ସରକାର ସେଥିପ୍ରତି ଭୃକ୍ଷେପ କରିନଥିଲେ ।
କରୋନା ମହାମାରୀ ସମୟରେ ୨୦୨୦ ମାର୍ଚ୍ଚ ମାସଠାରୁ ଲୋକସେବା ଭବନକୁ ପ୍ରବେଶ ଉପରେ କଟକଣା ଲଗା ଯାଇଥିଲା। ତେବେ ପରବର୍ତୀ ସମୟରେ କରୋନା ମହାମାରୀ ଚାଲିଯାଇଥିଲେ ମଧ୍ୟ କଟକଣା ଉଠାଇ ନଥିଲେ ପୂର୍ବ ସରକାର।
ତେବେ ଶପଥ ଗ୍ରହଣ କରିବାର କିଛି ମୁହୂର୍ତ ପରେ ହିଁ ନୂତନ ସରକାର ସାମ୍ବାଦିକ ମାନଙ୍କୁ ଲୋକସେବା ଭାବନା ଭିତରକୁ ଯିବାକୁ ଅନୁମତି ପ୍ରଦାନ କରିଥିଲେ। ନିର୍ବାଚନ ସମୟରେ ମଧ୍ୟ ଭାଜପା ଏହାର ଘୋଷଣାପତ୍ରରେ ପ୍ରତିଶ୍ରୁତି ଦେଇଥିଲା ଯେ, ଦଳ ସରକାରକୁ ଆସିଲେ ଏହି କଟକଣାକୁ ଉଠାଇବ।
ସାମ୍ବାଦିକମାନେ ନିଜର ସଂସ୍ଥା ପକ୍ଷରୁ ମିଳିଥିବା ପରିଚୟ ପତ୍ର ଦେଖାଇ ସଚିବାଳୟକୁ ପ୍ରବେଶ କରିବାର ସୁଯୋଗ ପାଇଥିଲେ । ଯାହାକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ସାହ ଓ ଖୁସି ଦେଖିବାକୁ ମିଳିଛି ।
Powered by Froala Editor