ଲିଚୁ ଦୂର କରିବ ସ୍ୱାସ୍ଥ୍ୟ ସମସ୍ୟା
![ଲିଚୁ ଦୂର କରିବ ସ୍ୱାସ୍ଥ୍ୟ ସମସ୍ୟା](https://odishanewslens.com/news_gallery/3062_1624337336.jpg)
ଖରାଦିନେ ଲିଚୁକୋଳି ଖାଇବା ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗିଥାଏ । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହି ଫଲରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଭରି ରହିଥିବାରୁ ଏହା ଇମୁ୍ୟନିଟି ବଢାଇବା ସହ ଓଜନ ହ୍ରାସ କରିବା ପର୍ଯ୍ୟନ୍ତ ସହାୟକ ହୋଇଥାଏ । ଏଥିରେ ଭିଟାମିନ୍ ସି ଭରପୂର ଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଓ ସଙ୍କ୍ରମଣରୁ ରକ୍ଷା କରିଥାଏ । ଧଳା ରକ୍ତ କୋଷିକା ଉପôାଦନକୁ ବଢାଇଥାଏ । ଫ୍ରି ରେଡିକଲ୍ସ ଖରାପ ହେବା ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗ ହୋଇଥାଏ, ତେବେ ଲିଚୁ କୋଳି ଖାଇବା ଦ୍ୱାରା ଫ୍ରି ରେଡିକିଲ୍ସ ଖରାପ ହେବାରୁ ରକ୍ଷା ପଇଥାଏ । ଏହା କ୍ୟାନସର ଓ ଅର୍ଥରାଇଟସ୍ ଭଳି ସମସ୍ୟାକୁ ଦୂର କରିଥାଏ । ଏଥିରେ ସୋଡିୟମ ଏବଂ କୋଲଷ୍ଟ୍ରଲ ନଥାଏ । ତେଣୁ ଏହା ଖାଇବା ଦ୍ୱାରା ହାର୍ଟ ଷ୍ଟ୍ରୋକ ଓ ବ୍ରେନ ଷ୍ଟ୍ରୋକ ଭଳି ସମସ୍ୟାଠୁ ମୁକ୍ତି ମିଳିଥାଏ । ଏହା ଖାଇବା ଦ୍ୱାରା ଶରୀର ହାଇଡ୍ରେଟ ରହିଥାଏ ଓ ଜଳୀୟ ଅଂଶ ବଢିଥାଏ । ଲିଚୁକୋଳି ଶରୀରରେ ମେଟାବୋଲିଜମକୁ ନିୟନ୍ତ୍ରିତ ରଖିଥାଏ । ତେଣୁ ଏହା ଶରୀରରେ ଥିବା ଅତ୍ୟଧିକ ଚର୍ବିକୁ କମାଇଥାଏ ।
Powered by Froala Editor