Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, June 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ...

  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

  • ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ...

  • ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ଭାରତୀୟ ...

Home ›› ›› ମହଙ୍ଗା ମାଡ଼, ବିଭିନ୍ନ ସାମଗ୍ରୀର ଦର ଅହେତୁକ ବୃଦ୍ଧି

ମହଙ୍ଗା ମାଡ଼, ବିଭିନ୍ନ ସାମଗ୍ରୀର ଦର ଅହେତୁକ ବୃଦ୍ଧି

2024-06-11 07:09:21
14611
Share:
Facebook
Twitter
E-Mail
WhatsApp
Telegram
 ମହଙ୍ଗା ମାଡ଼, ବିଭିନ୍ନ ସାମଗ୍ରୀର ଦର ଅହେତୁକ ବୃଦ୍ଧି

ଭୁବନେଶ୍ବର : ନିର୍ବାଚନ ସରିବା ସହିତ ମହଙ୍ଗା ମାଡ଼ ଖାଉଟୀଙ୍କୁ ବାଧିଲାଣି। ଗତ ତିନିମାସ ମଧ୍ୟରେ ରାଜ୍ୟରେ ବିଭିନ୍ନ ପାଇକାରୀ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ହରଡ଼ ଡାଲି, ବୁଟ ଡାଲି, ଚାଉଳ, ଚିନି, ସୋରିଷ ତେଲ ଓ ପାମୋଲିନ ତେଲ ଆଦିର ଦାମ ବଢ଼ିଛି। ଦରଦାମ ବୃଦ୍ଧିର ପ୍ରଭାବ ପାଇକାରୀ ବଜାର ଉପରେ ପଡିଥିବାବେଳେ ଖାଉଟିଙ୍କ ପକେଟକୁ ବାଧିଛି। ନିର୍ବାଚନ ପ୍ରକ୍ରିୟା ଯୋଗୁଁ ଖାଉଟୀ ଅସନ୍ତୋଷ ଜାହିର କରିପାରୁ ନଥିଲେ; କିନ୍ତୁ ନିର୍ବାଚନ ସରିବା ପରେ ଏହା ବଢ଼ିବ ବୋଲି ଭବିଷ୍ୟବାଣୀ କରୁଥିଲେ। ଏହା ଏବେ ସତ ହୋଇଛି। ସାଧାରଣ ନିର୍ବାଚନ ପାଇଁ ଗତ ମାର୍ଚ୍ଚ ୧୬ରୁ ରାଜନୈତିକ ବାତାବରଣ ଉଷ୍ଣ ଥିଲା। ଗାଁ ଗାଁରେ ନେତା ଭୋଟ ମାଗୁଥିଲେ; କିନ୍ତୁ ଭିତରେ ଭିତରେ ଅନେକ ପାଇକାରୀ ସାମଗ୍ରୀର ଦର ବୃଦ୍ଧି ସମସ୍ତଙ୍କୁ ଅଗୋଚର ଥିଲା। ହରଡ଼ ଡାଲି କିଲୋ ପିଛା ୨୦ଟଙ୍କା ବୃଦ୍ଧି ପାଇଥିବାବେଳେ କୁଇଣ୍ଟାଲ ପିଛା ପ୍ରାୟ ୩ ହଜାର ଟଙ୍କା ବଢିଛି। ବଜାରରେ ହରଡ ଡାଲି କିଲୋ ୧୭୫ ଟଙ୍କାରେ ପହଞ୍ଚିଛି। ବୁଟ ଡାଲି କୁଇଣ୍ଟାଲ ପିଛା ୨ହଜାର ଟଙ୍କା ବଢିଛି। ଯଦି କିଲୋ ପିଛା ଦେଖିବା ତେବେ ପାଖାପାଖି ୧୦ଟଙ୍କା ବଢିଛି। ମୁଗ ଡାଲି କିଲୋ ପିଛା ୩ଟଙ୍କା ବଢିଥିବାବେଳେ ବିରି ଡାଲି କୁଇଣ୍ଟାଲ ପିଛା ୫ ଶହ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଡାଲି ଜାତୀୟ ସାମଗ୍ରୀ ଦର ବୃଦ୍ଧି ପାଇବା ଦ୍ବାରା ସାଧାରଣ ଖାଉଟିଙ୍କ ପାଇଁ ଏ ସବୁ କିଣିବା କଷ୍ଟକର ହୋଇପଡ଼ିଲାଣି। ସୋରିଷ ତେଲ ଦାମ ପୂର୍ବରୁ ଲିଟର ପିଛା ୧୨୦ ଟଙ୍କା ଥିଲାବେଳେ ଲିଟର ପିଛା ୧୫ଟଙ୍କା ବଢ଼ି ବର୍ତ୍ତମାନ ୧୩୫ ଟଙ୍କାରେ ପହଞ୍ଚିଛି। ପାମୋଲିନ ଦର ‌ପୂର୍ବରୁ ଲିଟର ପିଛା ୮୩ରୁ ୮୪ ଟଙ୍କା ଥିଲାବେଳେ ବର୍ତ୍ତମାନ ତାହା ୮୬ରୁ ୮୭ଟଙ୍କାରେ ବିକ୍ରି ହେଉଛି। ପାମୋଲିନ୍ ଲିଟର ପିଛା ୩ରୁ ୪ଟଙ୍କା ଏବଂ ସନଫ୍ଲାୱାର ଲିଟର ପିଛା ୫ଟଙ୍କା ବୃଦ୍ଧି ପାଇଛି। ଏହାସହିତ ଚାଉଳ, ଗହମ ଜାତୀୟ ଉତ୍ପାଦ ଅଟା, ସୁଜି ଓ ମଇଦା ଆଦି ସାମଗ୍ରୀ ଦର ବଢିଛି। ପାଇକାରୀ ବଜାରରେ ଚାଉଳ ଦର ଇତିମଧ୍ୟରେ କୁଇଣ୍ଟାଲ ପିଛା ୪୦୦ଟଙ୍କା ବଢିଛି। ଗତ ୩ ମାସ ତଳେ ଚାଉଳ କୁଇଣ୍ଟାଲ ୩୧ଶହ ଟଙ୍କା ଥିବାବେଳେ ତାହା ବୃଦ୍ଧି ପାଇ ସାଢେ ୩ହଜାର ଟଙ୍କା ହେଲାଣି। ସାଧାରଣ କିସମ ଚାଉଳ ପାଇକାରୀ ମୂଲ୍ୟ ପୂର୍ବରୁ କିଲୋଗ୍ରାମ ପିଛା ୩୧ ଟଙ୍କା ଥିଲାବେଳେ ତାହା ୩୬ ଟଙ୍କାକୁ ବୃଦ୍ଧି ପାଇଛି। ଗହମ ମୂଲ୍ୟ କୁଇଣ୍ଟାଲ ପିଛା ୧୦୦ଟଙ୍କା ବଢ଼ିଯାଇଛି। ଏହା ଫଳରେ ଗହମ ଜାତୀୟ ଉତ୍ପାଦ ସୁଜି, ଅଟା, ମଇଦା ଆଦି ଦାମ କୁଇଣ୍ଟାଲ ପିଛା ୫୦ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହୋଇଛି। ପେଟ୍ରୋଲ ଓ ଡିଜେଲ ଦର ଉଚ୍ଚା ରହିବା ଯୋଗୁଁ ଏବଂ ପରିବହନ ବ୍ୟବସ୍ଥାକୁ ଦେଖିଲେ ରାଜ୍ୟର ଖୁଚୁରା ବଜାର ଗୁଡିକରେ ଏସବୁ ସାମଗ୍ରୀ ଦାମ ଭିନ୍ନ ଭିନ୍ନ ରହିଥିବା ଜଣାପଡିଛି। ସେପଟେ ଓଡ଼ିଶା ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ଚଳିତ ନିର୍ବାଚନରେ ରାଜନୈତିକ ଦଳଗୁଡିକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ୩୧ଶହ କରିବାକୁ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛନ୍ତି। ଫଳରେ ଚାଷୀ କମ ଦାମରେ ଧାନ ଆଉ ବିକ୍ରି ନକରି ବର୍ଦ୍ଧିତ ଏମଏସପି ମୂଲ୍ୟରେ ବିକ୍ରି କରିବାକୁ ଅପେକ୍ଷା କରିଛନ୍ତି। ବଜାରରେ ଧାନ ଅଭାବ ପରିସ୍ଥିତି ଉପୁଜିଥିବାରୁ ଚାଉଳ ଦାମ ବଢିଛି। ଯଦି ଆଗାମୀ ଦିନରେ ଧାନ ୩୧ଶହ ଟଙ୍କା ହୁଏ ତେବେ ଚାଉଳ କୁଇଣ୍ଟାଲ ପିଛା ଦାମ ୨ଶହ ଟଙ୍କା ପର୍ଯ୍ୟନ୍ତ ବଢିବା ଆଶଙ୍କାକୁ ଏଡାଇ ଦିଆଯାଇ ପାରିବ ନାହିଁ। ସରକାର ମାଗଣା ଯୋଜନା ଆଣିବା ଦ୍ବାରା ଲୋକେ ଆଉ ଚାଷ କାମ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଦେଶ ତଥା ରାଜ୍ୟରେ ଅନେକ ସାମଗ୍ରୀ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଯଦି ଏଭଳି ପରିସ୍ଥିତି ଆଗକୁ ଲାଗି ରହିବ ତେବେ ଭାରତ ମଧ୍ୟ ଶ୍ରୀଲଙ୍କା ପରିସ୍ଥିତିର ସମ୍ମୁଖୀନ ହେବ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଜାରରେ କର୍ପୋରେଟ ହାଉସ୍‌ ପ୍ରବେଶ କରିବା ଦ୍ବାରା ବଜାରରେ ଅସ୍ଥିରତା ସୃଷ୍ଟି ହେଉଛି। କର୍ପୋରେଟ ସଂସ୍ଥାଗୁଡିକ ବିଭିନ୍ନ ସାମଗ୍ରୀ ବେଆଇନ ଭାବେ ଗଚ୍ଛିତ ରଖିବା ଦ୍ବାରା ବଜାରରେ ସାମଗ୍ରୀ ଅଭାବ ରହୁଛି। ଫଳସ୍ବରୂପ ଦରଦାମ ବୃଦ୍ଧି ପାଉଛି।

Powered by Froala Editor

Tags Vegitable rate hike

Related articles Odisha News Lens 4.1

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14679
    Jun 16, 2026
  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା
    ଅପରାଧ

    ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା

    13456
    Jun 15, 2026
  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ
    ଦେଶ-ଦେଶାନ୍ତର

    କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

    14460
    Jun 15, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14470
    Jun 16, 2026
  • ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ଅନ୍ତ, ଖୋଲିବ ହୋର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ଅନ୍ତ, ଖୋଲିବ ହୋର୍ମୁଜ ପ୍ରଣାଳୀ

    14467
    Jun 15, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14603
    Jun 16, 2026
  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14309
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' :  ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ
    ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14422
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14044
    Jun 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14309
    Jun 16, 2026
  • ଦେଶ-ଦେଶାନ୍ତର

    କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

    14460
    Jun 15, 2026
  • ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14603
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16929
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17546
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17595
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17987
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14470
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14179
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15026
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13628
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15511
    Jun 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15469
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15217
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15699
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14042
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିସ୍କୁଟ ଲୋଭ ଦେଖାଇ ଶିଶୁକୁ ଯୌନ ନିର୍ଯାତନା

    13456
    Jun 15, 2026
  • କେଦାରନାଥ-ବଦ୍ରିନାଥରେ ମୁକେଶ ଅମ୍ବାନୀ

    14460
    Jun 15, 2026
  • ୩ ମାସ ଧରି ଚାଲିଥିବା ଯୁଦ୍ଧର ହୋଇଛି ଅନ୍ତ, ଖୋଲିବ ହୋର୍ମୁଜ ପ୍ରଣାଳୀ

    14467
    Jun 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In