ନକ୍ସଲଙ୍କ ଯୋଜନା ପଣ୍ଡ, ସ୍ପାଇକ୍ ହୋଲ୍ ଠାବ
ମାଲକାନଗିରି: ନକ୍ସଲଙ୍କ ବଡଧରଣର ଯୋଜନା ପଣ୍ଡ ହୋଇଛି। ସୀମାନ୍ତ ଜଙ୍ଗଲରେ ସ୍ପାଇକ୍ ହୋଲ୍ ଠାବ କଲେ ଯବାନ। ତେଲେଙ୍ଗାନା ଭଦ୍ରାଡି କଥାଗୁଡୁମ୍ ଜିଲ୍ଲା ପୁସୁଗୁପା ଜଙ୍ଗଲରେ ଏହାକୁ ଠାବ କରାଯାଇଛି। ସର୍ଚ୍ଚ ଅପରେସନ୍ ବେଳେ ୪ ହଜାର ୩୯୬ଟି ଲୁହାର ସ୍ପାଇକ ଜବତ ହୋଇଛି। ଛତିଶଗଡ ଏବଂ ତେଲେଙ୍ଗାନା ପୁଲିସ୍ ସର୍ଚ୍ଚ ଅପରେସନ୍ କରୁଥିବାବେଳେ ଏଗୁଡିକୁ ଠାବ କରାଯାଇଛି। ଯବାନ ଏବଂ ସ୍ଥାନୀୟ ଲୋକଙ୍କୁ ଟାର୍ଗେଟ୍ କରି ଏଗୁଡିକୁ ଖଞ୍ଜା ଯାଇଥିବା ସନ୍ଦେହ କରାଯାଉଛି। ଙ୍ଗଲରେ ସ୍ପାଇକ୍ ହୋଲ୍ ଠାବ ହେବା ପରେ ସର୍ଚ୍ଚ ଅପେରେସନ ଜାରି ରହିଛି।
Powered by Froala Editor