୨ଟି ଟିଫିନ ବୋମା ଉଦ୍ଧାର
ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବିଏସଏଫ ଓ ଏସଓଜି ଯବାନମାନେ ସର୍ଚ୍ଚ ଅପରେସନ ବେଳେ ୨ଟି ଟିଫିନ ବୋମା ଉଦ୍ଧାର କରିଛନ୍ତି। ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର କେନ୍ଦୁଗୁଡା ଗ୍ରାମରେ ସୋମବାର ବିଏସଏଫ ୯ମ ବାଟାଲିୟନ ଓ ଏସଓଜି ଯବାନମାନେ ୨.୫ କେଜିର ୨ଟି ଟିଫିନ ବୋମା ଉଦ୍ଧାର କରିଛନ୍ତି। ଯବାନ ମାନେ କୁମିଙ୍ଗ କରୁଥିବା ସମୟରେ ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଯାଜପଲେମ ଠାରୁ କେନ୍ଦୁଗୁଡା ରାସ୍ତାରେ ଏହି ଟିଫିନ ଵୋମା ପୋତା ଯାଇଥିଲା । ଯବାନ ମାନେ ଏହି ଅଞ୍ଚଳର ଦେଇ ସବୁବେଳେ କୁମ୍ବିଙ୍ଗ କରିବା ପାଇଁ ଯାଆନ୍ତି। ତେବେ ଯବାନ ମାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ଵାରା ଏହି ଵୋମା ଖଞ୍ଜା ଯାଇଥିବା ଅନୁମାନ କରାଯାଉଛି। ବୋମା ଉଦ୍ଧାର ପରେ ନିକଟସ୍ଥ ଜଙ୍ଗଲରେ ଯବାନଙ୍କ ଦ୍ଵାରା ନିଷ୍କ୍ରିୟ କରାଯାଇଛି। ତେବେ ଏହା ପରେ ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
Powered by Froala Editor