ଜିଲ୍ଲାପାଳ ହେବ ତ ଏମିତି: ଲୋକଙ୍କୁ ଟିକା ଦେବା ପାଇଁ ଦୁର୍ଗମ ପାହାଡ଼ ବି ଚଢ଼ିଗଲେ
ଜଣେ ଜିଲ୍ଲାପାଳ ଟିକାକରଣ ପାଇଁ ଦୁର୍ଗମ ପାହାଡ ଚଢ଼ିବାକୁ ପଛାଇନାହାନ୍ତି । ସେ ହେଉଛନ୍ତି ପଶ୍ଚିମବଙ୍ଗ ଅଲିପୁରଦ୍ୱାର ଜିଲାର ଜିଲାପାଳ ସୁରେନ୍ଦ୍ର କୁମାର ମିନା । ସୁରେନ୍ଦ୍ରଙ୍କ ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ତାଙ୍କୁ ବେଶ୍ ପ୍ରଶଂସା ମଧ୍ୟ କରାଯାଉଛି।
ସୂଚନାଯୋଗ୍ୟ, ଭାରତ ଓ ଭୂଟାନ ସୀମା ନିକଟବର୍ତ୍ତୀ ବକ୍ସା ହିଲ୍ ସ୍ଥିତ ୧୧ କିଲୋମିଟର ଦୂରରେ ଥିବା ଅଦମା ଗାଁରେ ଲୋକଙ୍କ ଟିକାକରଣ ପାଇଁ ଜିଲାପାଳ ସୁରେନ୍ଦ୍ର ମୀନା ଏକ ଡାକ୍ତରୀ ଟିମ୍ ସହ ପହଞ୍ଚିଥିଲେ। ଗାଁକୁ ଭଲ ରାସ୍ତା ଭଲ ନ ଥିବା ବେଳେ ସେ ପାହାଡ଼ିଆ ଅଞ୍ଚଳ ଦେଇ ନଦୀ ନାଳ ପାର କରି ଉକ୍ତ ଗାଁରେ ପହଞ୍ଚି ଲୋକଙ୍କୁ କରୋନା ଟିକାକରଣ କରାଇଥିଲେ। ଏଥିସହ ଗାଁଲୋକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରି କରୋନା ଓ ଟିକା ବିଷୟରେ ସଚେତନ କରିଥିଲେ। କେବଳ ସେତିକି ନୁହେଁ ଅଦ୍ମା ଗାଁକୁ ଯିବା ରାସ୍ତାରେ ପଡ଼ୁଥିବା ଅନ୍ୟ ଗାଁଗୁଡ଼ିକରେ ମଧ୍ୟ ସେ ଟିକାକରଣ ଅଭିଯାନ ଚଲାଇଥିଲେ। ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଉଦ୍ୟମ ସତରେ ପ୍ରଶଂସାଯୋଗ୍ୟ । ଲୋକେ କରୋନା ଭୟରେ ଲୋକଙ୍କ ପାଖ ମାଡୁନଥିବାବେଳେ ସେ ଅପହଞ୍ଚ ଇଲାକାକୁ ଯାଇ ଲୋକଙ୍କୁ ସେବା ଯୋଗାଇଛନ୍ତି ।
Powered by Froala Editor