ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣା: ତଦନ୍ତ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ପୁରୀ: ଶ୍ରୀମନ୍ଦିରରେ ଆଲୋକୀକରଣ ବନ୍ଦ ଘଟଣାର ତଦନ୍ତ ନିର୍ଦେଶ। ପୁରୀ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସେ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ। ଏଥିସହ ପୁନଃ ଆଲୋକୀକରଣ ବ୍ୟବସ୍ଥା କରିବା ସହ ସ୍ଥାୟୀ ସମାଧାନ କରିବାକୁ କହିଛନ୍ତି। ପରିକ୍ରମା ଲୋକାର୍ପଣ ସମୟରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା। ମନ୍ଦିର ଚାରିପାର୍ଶ୍ୱରେ ଏକାଧିକ ଲେଜର ଲାଇଟ୍ ଲଗାଯାଇଥିଲା । ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା। ଯାହାଫଳରେ କି ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖାଯାଉଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସେସବୁ ଲାଇଟ୍ ଗୁଡିକୁ ଖୋଲି ନିଆଯାଇଥିବାର ଅଭିଯୋଗ ହୋଇଛି। ସେପଟେ ସିଂହଦ୍ଵାର ଥାନା ପୁଲିସ୍ ଏହି ଘଟଣାରେ ୪ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
Powered by Froala Editor