Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଅସ୍ଥି ମଜଭୁତ କରେ ଖଜୁରି

  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ ...

  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ...

  • ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ...

  • ମାଟ୍ରିମୋନିଆଲ୍ ସାଇଟ୍‌ରୁ ଦ୍ୱିତୀୟ ...

  • ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ...

  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ...

ରାଜ୍ୟ
Home ›› ରାଜ୍ୟ ››୨୪ ନିର୍ବାଚନରେ ଭୁଶୁଡ଼ିଲା ୨୪ ବର୍ଷର ସରକାର: ଜାଣନ୍ତୁ କିଏ ଜିତିଲେ, କିଏ ହାରିଲେ...

୨୪ ନିର୍ବାଚନରେ ଭୁଶୁଡ଼ିଲା ୨୪ ବର୍ଷର ସରକାର: ଜାଣନ୍ତୁ କିଏ ଜିତିଲେ, କିଏ ହାରିଲେ...

2024-06-04 19:44:46
14223
Share:
Facebook
Twitter
E-Mail
WhatsApp
Telegram
୨୪ ନିର୍ବାଚନରେ ଭୁଶୁଡ଼ିଲା ୨୪  ବର୍ଷର ସରକାର: ଜାଣନ୍ତୁ କିଏ ଜିତିଲେ, କିଏ ହାରିଲେ...

୨୦୨୪ ନିର୍ବାଚନରେ ବିଜୁ ଜନତା ଦଳର ଦୁର୍ଗ ଭୁଶୁଡ଼ିଛି। ବିଜେଡିର ବହୁ ହେଭିୱେଟ୍ ନେତା ପରାଜିତ ହୋଇଛନ୍ତି। ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୟୀ ହୋଇଛି। ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ବିଧାନସଭା ନିର୍ବାଚନୀ ଫଳାଫଳ ଧାରା ଅନୁସାରେ ବିଜେପି ୮୦ଟି ସିଟରେ ଆଗୁଆ ଥିବାବେଳେ ବିଜେଡି ମାତ୍ର ୪୭ଟି, କଂଗ୍ରେସ ୧୬ଟି, ସ୍ୱାଧୀନ ୩ଟି ଓ ସିପିଏମ୍ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ଥିବା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ପିସିସି ସଭାପତି ଶରତ ପଟ୍ଟନାୟକ ପରାଜିତ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ପରାସ୍ତ କରିଛନ୍ତି । ରାଉରକେଲା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପିର ହାଇପ୍ରୋଫାଇଲ ନେତା ଦିଲ୍ଲୀପ ରାୟ ଓ ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ପରାସ୍ତ ହେବାକୁ ପଡ଼ିଛି । ମାହାଙ୍ଗା ଓ ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ସେହିପରି ଭୁବନେଶ୍ୱର-ଏକାମ୍ରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ହରାଇ ବିଜେପିର ବାବୁ ସିଂ ବିଜୟୀ ହୋଇଛନ୍ତି । ବୌଦ୍ଧରୁ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି । ଟିଟିଲାଗଡ଼ ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି । କରଞ୍ଜିଆରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ ହୋଇଛନ୍ତି ।

ବହୁଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜୟୀ ହୋଇଥିବା ବେଳେ ୨୦୧୯ରେ ବେଗୁନିଆରୁ ବିଜେଡିରୁ ବିଜୟୀ ହୋଇଥିବା ରାଜେନ୍ଦ୍ର ସାହୁଙ୍କୁ ପରାଜିତ କରିଛନ୍ତି । ଅନୁଗୁଳରୁ ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ, ଜଗତସିଂହପୁର ଆସନରୁ ବିଜେପି ପ୍ରାର୍ଥୀ ଅମରେନ୍ଦ୍ର ଦାସ ବିଜୟୀ ହୋଇଛନ୍ତି। ଭଞ୍ଜନଗର ଆସନରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ପରାସ୍ତ କରିଛନ୍ତି। ମାହାଙ୍ଗା ଆସନରୁ ବିଜେଡିର ଅଙ୍କିତ ପ୍ରତାପ ଜେନା ପରାସ୍ତ ହୋଇଛନ୍ତି । ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କୁ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ପରାଜିତ କରିଛନ୍ତି ।

ବିଜେଡିର ଗଡ଼ ଧର୍ମଶାଳାରୁ ବିଧାୟକ ପ୍ରଣବ ବଳବନ୍ତରାୟ ପରାଜିତ ହୋଇଛନ୍ତି । ସେଠାରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ପରାସ୍ତ କରିଛନ୍ତି । ଚିଲିକା ଆସନରୁ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ଜିତିଛନ୍ତି । ସେହିପରି କଟକ ସଦର ଆସନରୁ ପୂର୍ବତନ ମନ୍ତ୍ରୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ହରାଇ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ବିଜୟୀ ହୋଇଛନ୍ତି। କୋରାପୁଟରୁ ବିଜେଡି ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହରାଇ ବିଜେପିର ରଘୁରାମ ମାଛ ନିର୍ବାଚନ ଜିତିଛନ୍ତି । ଧାମନଗର ଆସନରୁ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଜୟୀ ହୋଇଛନ୍ତି। ସେହିପରି କଂଟାମାଳ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମହୀଧର ରଣାଙ୍କୁ ପରାଜିତ କରିଛନ୍ତି। ଫୁଲବାଣୀ ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ବିଜେଡିର ଜୟଶ୍ରୀ କହଁରଙ୍କୁ ପରାସ୍ତ କରିଛନ୍ତି।

ସେହିପରି ଯଶୀପୁରରୁ ବିଜେପି ବିଧାୟକ ଗଣେଶରାମ ସିଂ ଖୁଂଟିଆ, ଖଣ୍ଡପଡ଼ାରୁ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ବ୍ରଜରାଜନଗରରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଛନ୍ତି । ଚିତ୍ରକୋଣ୍ଡାରୁ ବିଜେଡିର ଲକ୍ଷ୍ମୀପ୍ରିୟା ନାୟକଙ୍କୁ ହରାଇ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ ହୋଇଛନ୍ତି । ରଘୁନାଥପାଲ୍ଲୀରୁ ବିଜେପିର ଦୁର୍ଗା ତନ୍ତୀ, ମାଲକାନଗିରିରୁ ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ, ବରିରୁ ବିଜେଡିର ବିଶ୍ୱରଞ୍ଜନ ମଲ୍ଲିକ, କୁଚିଣ୍ଡାରୁ ବିଜେପିର ରବି ନାଏକ, ଭୁବନେଶ୍ୱର ମଧ୍ୟରୁ ବିଜେଡିର ଅନନ୍ତ ନାରାୟଣ ଜେନା, ବାଙ୍କିରୁ ବିଜେଡିର ଦେବୀପ୍ରସାଦ ତ୍ରିପାଠୀ, ଦଶପଲ୍ଲାରୁ ବିଜେଡି ବିଧାୟକ ରମେଶ ବେହେରା, ଆଠମଲ୍ଲିକରୁ ବିଜେଡିର ନଳିନୀକାନ୍ତ ପ୍ରଧାନ, ଆଳିରୁ ମନ୍ତ୍ରୀ ପ୍ରତାପ ଦେବ ଓ ବିଂଝାରପୁରରୁ ପ୍ରମିଳା ମଲ୍ଲିକ ବିଜୟୀ ହୋଇଛନ୍ତି ।

Powered by Froala Editor

Tags election

Related articles Odisha News Lens 4.1

  • ୨୦୨୭ ରେ ରିଲିଜ ହେବ ‘ନାଗଜିଲା’
    ମନୋରଞ୍ଜନ

    ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

    14556
    Apr 16, 2026
  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ
    ଦେଶ-ଦେଶାନ୍ତର

    ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ

    14640
    Apr 16, 2026
  • ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା
    ଦେଶ-ଦେଶାନ୍ତର

    ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଟ୍ରମ୍ପ ମୋଦୀଙ୍କ ଆଲୋଚନା

    15206
    Apr 15, 2026
  • ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର
    ମନୋରଞ୍ଜନ

    ‘ବ୍ରହ୍ମାସ୍ତ୍ର-୨’ ର ସୁଟିଂ ଖୁବଶୀଘ୍ର

    14458
    Apr 16, 2026
  •  ଅସ୍ଥି ମଜଭୁତ କରେ ଖଜୁରି
    ବିଶେଷ

    ଅସ୍ଥି ମଜଭୁତ କରେ ଖଜୁରି

    15323
    Apr 16, 2026
  • ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ
    ଦେଶ-ଦେଶାନ୍ତର

    ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

    13763
    Apr 15, 2026
  • ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ
    ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13509
    Apr 16, 2026
  • ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ...
    ଦେଶ-ଦେଶାନ୍ତର

    ଷଷ୍ଠ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ମଣ୍ଡଳୀ ସଦସ୍ୟ ଭାବେ ମନୋନୀତ ହେଲେ ଡ. ସସ୍ମିତ ...

    14897
    Apr 16, 2026
  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର
    ଦେଶ-ଦେଶାନ୍ତର

    ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

    13812
    Apr 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ୨୦୨୭ ରେ ରିଲିଜ ହେବ ‘ନାଗଜିଲା’

    14556
    Apr 16, 2026
  • ଦେଶ-ଦେଶାନ୍ତର

    ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା ମାନେ କ୍ଷମା କରିବେ ନାହିଁ: ମୋଦୀ

    13509
    Apr 16, 2026
  • ଦେଶ-ଦେଶାନ୍ତର

    ବିହାରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସମ୍ରାଟ ଚୌଧୁରୀ

    13763
    Apr 15, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17417
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17474
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17831
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16302
    Apr 03, 2021

ବିଶେଷ

  • ଅସ୍ଥି ମଜଭୁତ କରେ ଖଜୁରି

    15323
    Apr 16, 2026
  • ଅକ୍ଷୟ ତୃତୀୟାରେ କରନ୍ତୁ ମାନସିକ ଜପ, ମିଳିବ ଖାଲି ଲାଭ

    15424
    Apr 13, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    16077
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14694
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15670
    Apr 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15334
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15068
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15568
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13865
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସଂସଦର ସ୍ୱତନ୍ତ୍ର ଅଧିବେଶନ: ଆଗତ ହେଲା ୩ ଗୁରୁତ୍ୱପୂର୍ଣ୍ଣ ବିଲ

    14640
    Apr 16, 2026
  • ରାଘବ ଚଢ଼ାଙ୍କ ‘Z+’ ସୁରକ୍ଷା ପ୍ରତ୍ୟାହାର

    13812
    Apr 16, 2026
  • ଅସ୍ଥି ମଜଭୁତ କରେ ଖଜୁରି

    15323
    Apr 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In