୨୪ ନିର୍ବାଚନରେ ଭୁଶୁଡ଼ିଲା ୨୪ ବର୍ଷର ସରକାର: ଜାଣନ୍ତୁ କିଏ ଜିତିଲେ, କିଏ ହାରିଲେ...

୨୦୨୪ ନିର୍ବାଚନରେ ବିଜୁ ଜନତା ଦଳର ଦୁର୍ଗ ଭୁଶୁଡ଼ିଛି। ବିଜେଡିର ବହୁ ହେଭିୱେଟ୍ ନେତା ପରାଜିତ ହୋଇଛନ୍ତି। ଓଡ଼ିଶା ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଜୟୀ ହୋଇଛି। ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ବିଧାନସଭା ନିର୍ବାଚନୀ ଫଳାଫଳ ଧାରା ଅନୁସାରେ ବିଜେପି ୮୦ଟି ସିଟରେ ଆଗୁଆ ଥିବାବେଳେ ବିଜେଡି ମାତ୍ର ୪୭ଟି, କଂଗ୍ରେସ ୧୬ଟି, ସ୍ୱାଧୀନ ୩ଟି ଓ ସିପିଏମ୍ ପ୍ରାର୍ଥୀ ଗୋଟିଏ ଆସନରେ ଆଗରେ ଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ ପିସିସି ସଭାପତି ଶରତ ପଟ୍ଟନାୟକ ପରାଜିତ ହୋଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆ ପରାସ୍ତ କରିଛନ୍ତି । ରାଉରକେଲା ଆସନରୁ ପ୍ରାର୍ଥୀ ହୋଇଥିବା ବିଜେପିର ହାଇପ୍ରୋଫାଇଲ ନେତା ଦିଲ୍ଲୀପ ରାୟ ଓ ବଡ଼ଚଣା ଆସନରୁ ବିଜେଡି ପ୍ରାର୍ଥୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ମଧ୍ୟ ପରାସ୍ତ ହେବାକୁ ପଡ଼ିଛି । ମାହାଙ୍ଗା ଓ ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
ସେହିପରି ଭୁବନେଶ୍ୱର-ଏକାମ୍ରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ହରାଇ ବିଜେପିର ବାବୁ ସିଂ ବିଜୟୀ ହୋଇଛନ୍ତି । ବୌଦ୍ଧରୁ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି । ଟିଟିଲାଗଡ଼ ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି । କରଞ୍ଜିଆରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ ହୋଇଛନ୍ତି ।
ବହୁଚର୍ଚ୍ଚିତ ଖୋର୍ଦ୍ଧା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ବିଜୟୀ ହୋଇଥିବା ବେଳେ ୨୦୧୯ରେ ବେଗୁନିଆରୁ ବିଜେଡିରୁ ବିଜୟୀ ହୋଇଥିବା ରାଜେନ୍ଦ୍ର ସାହୁଙ୍କୁ ପରାଜିତ କରିଛନ୍ତି । ଅନୁଗୁଳରୁ ବିଜେପିର ପ୍ରତାପ ଚନ୍ଦ୍ର ପ୍ରଧାନ, ଜଗତସିଂହପୁର ଆସନରୁ ବିଜେପି ପ୍ରାର୍ଥୀ ଅମରେନ୍ଦ୍ର ଦାସ ବିଜୟୀ ହୋଇଛନ୍ତି। ଭଞ୍ଜନଗର ଆସନରୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ପରାସ୍ତ କରିଛନ୍ତି। ମାହାଙ୍ଗା ଆସନରୁ ବିଜେଡିର ଅଙ୍କିତ ପ୍ରତାପ ଜେନା ପରାସ୍ତ ହୋଇଛନ୍ତି । ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କୁ ସ୍ୱାଧୀନ ପ୍ରାର୍ଥୀ ଶାରଦା ପ୍ରସାଦ ପ୍ରଧାନ ପରାଜିତ କରିଛନ୍ତି ।
ବିଜେଡିର ଗଡ଼ ଧର୍ମଶାଳାରୁ ବିଧାୟକ ପ୍ରଣବ ବଳବନ୍ତରାୟ ପରାଜିତ ହୋଇଛନ୍ତି । ସେଠାରେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ପରାସ୍ତ କରିଛନ୍ତି । ଚିଲିକା ଆସନରୁ ବିଜେପିର ପୃଥ୍ୱୀରାଜ ହରିଚନ୍ଦନ ଜିତିଛନ୍ତି । ସେହିପରି କଟକ ସଦର ଆସନରୁ ପୂର୍ବତନ ମନ୍ତ୍ରୀ ବିଜେଡିର ଚନ୍ଦ୍ରସାରଥୀ ବେହେରାଙ୍କୁ ହରାଇ ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ସେଠୀ ବିଜୟୀ ହୋଇଛନ୍ତି। କୋରାପୁଟରୁ ବିଜେଡି ବିଧାୟକ ରଘୁରାମ ପୋଡ଼ାଲଙ୍କୁ ହରାଇ ବିଜେପିର ରଘୁରାମ ମାଛ ନିର୍ବାଚନ ଜିତିଛନ୍ତି । ଧାମନଗର ଆସନରୁ ବିଜେପି ବିଧାୟକ ସୂରଜ ସୂର୍ଯ୍ୟବଂଶୀ ବିଜୟୀ ହୋଇଛନ୍ତି। ସେହିପରି କଂଟାମାଳ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ମହୀଧର ରଣାଙ୍କୁ ପରାଜିତ କରିଛନ୍ତି। ଫୁଲବାଣୀ ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଉମାଚରଣ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ବିଜେଡିର ଜୟଶ୍ରୀ କହଁରଙ୍କୁ ପରାସ୍ତ କରିଛନ୍ତି।
ସେହିପରି ଯଶୀପୁରରୁ ବିଜେପି ବିଧାୟକ ଗଣେଶରାମ ସିଂ ଖୁଂଟିଆ, ଖଣ୍ଡପଡ଼ାରୁ ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ବ୍ରଜରାଜନଗରରୁ ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ ବିଜୟୀ ହୋଇଛନ୍ତି । ଚିତ୍ରକୋଣ୍ଡାରୁ ବିଜେଡିର ଲକ୍ଷ୍ମୀପ୍ରିୟା ନାୟକଙ୍କୁ ହରାଇ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ ହୋଇଛନ୍ତି । ରଘୁନାଥପାଲ୍ଲୀରୁ ବିଜେପିର ଦୁର୍ଗା ତନ୍ତୀ, ମାଲକାନଗିରିରୁ ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ, ବରିରୁ ବିଜେଡିର ବିଶ୍ୱରଞ୍ଜନ ମଲ୍ଲିକ, କୁଚିଣ୍ଡାରୁ ବିଜେପିର ରବି ନାଏକ, ଭୁବନେଶ୍ୱର ମଧ୍ୟରୁ ବିଜେଡିର ଅନନ୍ତ ନାରାୟଣ ଜେନା, ବାଙ୍କିରୁ ବିଜେଡିର ଦେବୀପ୍ରସାଦ ତ୍ରିପାଠୀ, ଦଶପଲ୍ଲାରୁ ବିଜେଡି ବିଧାୟକ ରମେଶ ବେହେରା, ଆଠମଲ୍ଲିକରୁ ବିଜେଡିର ନଳିନୀକାନ୍ତ ପ୍ରଧାନ, ଆଳିରୁ ମନ୍ତ୍ରୀ ପ୍ରତାପ ଦେବ ଓ ବିଂଝାରପୁରରୁ ପ୍ରମିଳା ମଲ୍ଲିକ ବିଜୟୀ ହୋଇଛନ୍ତି ।
Powered by Froala Editor