ଶିଶୁ ଦେହରେ ପଶିଗଲା ଲୁହା ଛଡ଼
ବରଗଡ଼:ବରଗଡ଼ ଜିଲ୍ଲା ଭଟଲି ଅଞ୍ଚଳରେ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ୯ବର୍ଷର ଶିଶୁ ଦେହରେ ପଶିଗଲା ଲୁହା ଛଡ଼। ଆହତ ପିଲାଟିକୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ପିଲାଟିର ନାମ ଜୀବନ ପାତିକାର। ପିଲାଟିର ପିଠିରେ ଲୁହା ଛଡ ପଶିଯାଇଛି।
ଆଜି ସକାଳେ ଜୀବନ ସାଙ୍ଗମାନଙ୍କ ସହ ଘର ବାହାରେ ଖେଳୁଥିଲା। ଏହି ସେ ଲୁହାରଡ ଉପରେ ପଡ଼ି ଯାଇଥିଲା। ଯାହାଫଳରେ ରଡ଼ଟି ପିଠି ପଟ ଦେଇ ଶରୀର ଭିତରକୁ ଚାଲି ଯାଇଥିଲା। ପିଲାଟିକୁ ପ୍ରଥମେ ପରିବାର ଲୋକେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ଥିବାରୁ ବୁ଼ର୍ଲା ସ୍ଥାନାନ୍ତର କରାଯାଇଛି। ପିଲାଟିର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି।
Powered by Froala Editor