Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, May 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ...

  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ...

  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ...

  • ପେଟ୍ରୋଲ ଏବଂ ଡିଜେଲ ପରେ CNG ମହଙ୍ଗା

  • ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ...

  • ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ...

  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ...

  • ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ...

  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ...

ରାଜ୍ୟ
Home ›› ରାଜ୍ୟ ››ସମ୍ବିଧାନକୁ ବଞ୍ଚାଇବାକୁ ଲଢେଇ କରୁଛି ଇଣ୍ଡିଆ ମେଣ୍ଟ: ରାହୁଲ ଗାନ୍ଧୀ

ସମ୍ବିଧାନକୁ ବଞ୍ଚାଇବାକୁ ଲଢେଇ କରୁଛି ଇଣ୍ଡିଆ ମେଣ୍ଟ: ରାହୁଲ ଗାନ୍ଧୀ

2024-05-30 09:24:52
13642
Share:
Facebook
Twitter
E-Mail
WhatsApp
Telegram
ସମ୍ବିଧାନକୁ ବଞ୍ଚାଇବାକୁ ଲଢେଇ କରୁଛି ଇଣ୍ଡିଆ ମେଣ୍ଟ: ରାହୁଲ ଗାନ୍ଧୀ

ଭୁବନେଶ୍ୱର:   ସିମୁଳିଆରେ ବିଶାଳ ଜନସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି । ରାହୁଲ କହିଛନ୍ତି, ଏହା ପ୍ରଥମ ନିର୍ବାଚନ ଯେଉଁଠି ସମ୍ବିଧାନକୁ ବଞ୍ଚାଇବାକୁ ଲଢେଇ କରୁଛି ଇଣ୍ଡିଆ ମେଣ୍ଟ । ଅନ୍ୟପଟେ ବିଜେପି ଓ ଆରଏସଏସ ଲୋକ କହୁଛନ୍ତି ବିଜେପି ସରକାର ହେଲେ ଭାରତର ସମ୍ବିଧାନକୁ ଚିରି ଫୋପାଡି ଦେବାକୁ କହୁଛନ୍ତି । କିନ୍ତୁ ବିଜେପି ଯେତେ ସ୍ୱପ୍ନ ଦେଖୁଛି ଦେଖୁ କିନ୍ତୁ ବିଶ୍ୱର ଏମିତି କୌଣସି ଶକ୍ତି ନାହିଁ ଯିଏ ଭାରତର ସମ୍ବିଧାନକୁ ଶେଷ କରିଦେବ । ଯେତେ ଶକ୍ତି ଲଗାଇଲେ ମଧ୍ୟ ସମ୍ବିଧାନକୁ ଛୁଇଁପାରିବନି । ଓଡ଼ିଶାରେ ବିଜେପି ଓ ବିଜେଡି ଏକାଠି ଅଛନ୍ତି । ଏମାନଙ୍କର ଭାବନା ଗୋଟିଏ ପ୍ରକାର ।
ଏହାସହ ରାହୁଲ କହିଛନ୍ତି, ବିଜେପି ମୋ ନାଁରେ ୨୪ଟି ମାମଲା କରିଛି । ମାନହାନି ମୋକଦ୍ଦମା, ଅପରାଧିକ ମାମଲା, ଲୋକସଭା ସଦସ୍ୟତା ରଦ୍ଦ କଲେ, ୫୦ ଘଣ୍ଟା ଇଡିରେ ପଚରାଉଚରା କଲେ, ଘର ମଧ୍ୟ ଛଡାଇନେଲେ । ଯେତେବେଳେ ମୋ ଠାରୁ ସରକାରୀ ଘର ନେଲେ ସେତେବେଳେ କହିଥିଲି ଏ ଘର ନେଇଯାଅ । ପୂରା ଦେଶରେ ମୋ ପାଇଁ କୋଟି କୋଟି ଘର ଅଛି, ସମସ୍ତଙ୍କ ହୃଦୟରେ ମୋ ଘର ଅଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଦି ସତରେ ବିଜେପି ସହ ଲଢୁଥାନ୍ତେ ତେବେ ତାଙ୍କ ନାଁରେ ମାମଲା କାହିଁକି ହେଲାନି । ତାଙ୍କ ସଦସ୍ୟତା କାହିଁକି ରଦ୍ଦ କରାଗଲାନି । କାହିଁକି ତାଙ୍କୁ ପଚରାଉଚରା କରାଗଲାନି । ବିଜେପି ପାଇଁ କାମ କରୁଛି ବିଜେଡି । ଏଠାରେ ଉଭୟଙ୍କର ପାର୍ଟନରସିପ୍ ଚାଲୁଛି । ଓଡ଼ିଶାର ଖଣି, ସମ୍ପଦକୁ ଚୋରି ଓ ଲୁଟ କରିବାକୁ ଏ ପାର୍ଟନରସିପ ହୋଇଛି । ଏଠାରେ ସରକାର ନବୀନ ଚଲାଉନାହାନ୍ତି । ଆଉ କେହି ପି ଚଲାଉଛନ୍ତି ।

ତେଲେଙ୍ଗାନାରେ ପ୍ରଥମେ ବିଆରଏସ ଓ ବିଜେପି ମଧ୍ୟରେ ପାର୍ଟନରସିପ ଥିଲା । ସେଠାକାର ମୁଖ୍ୟମନ୍ତ୍ରୀ ବିଜେପି ପାଇଁ କାମ କରୁଥିଲା । କିନ୍ତୁ ତେଲେଙ୍ଗାନାରେ କଂଗ୍ରେସ ସ୍ୱର ଉଠାଇଥିଲା ଓ ଲଢେଇ କରିଥିଲା । ଯାହାର ଜବାବ ତେଲେଙ୍ଗାନାବାସୀ ନିର୍ବାଚନରେ ଦେଇଥିଲେ । ଆଜି ତେଲେଙ୍ଗାନାରେ କୋଟିପତିଙ୍କ ସରକାର କି ଏକଛତ୍ରବାଦ ସରକାର ନାହିଁ ବରଂ ସାଧାରଣ ଲୋକଙ୍କ ସରକାର ଚାଲିଛି । ଏଠାରେ ସରକାର ଜନତାଙ୍କ କାମ କରୁଛି । ଯାହା ଓଡ଼ିଶାରେ ମଧ୍ୟ କରିବୁ । ନବୀନ -ମୋଦୀଙ୍କ ମଧ୍ୟରେ ଚାଲିଥିବା ପାର୍ଟନରସିପକୁ ଓଡ଼ିଶାରେ ଭାଙ୍ଗିବୁ ।

ମୋଦୀ ସରକାର ୨୨ ଜଣ କୋଟିପତି ଉଦ୍ୟୋଗପତିଙ୍କ ପାଇଁ କାମ କରୁଛନ୍ତି । ଯେଉଁମାନଙ୍କର ୧୬ ଲକ୍ଷ କୋଟି ଟଙ୍କା ଛାଡ କରିଛନ୍ତି । ଇଣ୍ଡିଆ ମେଣ୍ଟ ସରକାର ଆସିଲେ ଦେଶରେ କ୍ରାନ୍ତିକାରି କାମ ହେବ । ଇଣ୍ଡିଆ ମେଣ୍ଟ ଯାହା କରିବାକୁ ଯାଉଛି ତାହା ସ୍ୱପ୍ନରେ ସୁଦ୍ଧା କେହି ଭାବିନଥିବେ । ମହାଲକ୍ଷ୍ମୀ ଯୋଜନାରେ ପ୍ରତି ଗରିବ ପରିବାରର ଜଣେ ମହିଳାଙ୍କୁ ଲକ୍ଷେ ଟଙ୍କା ମିଳିବ । ଜୁନ୍ ୪ରେ ସରକାର ହେବା ପରେ ମହାଲକ୍ଷ୍ମୀ ଯୋଜନା ଆରମ୍ଭ ହେବ । ୪ ଜୁଲାଇରେ ମହିଳା ମାନେ ନିଜ ବ୍ୟାଙ୍କ ଆକାଉଣ୍ଟ ଚେକ୍ କରିବେ ଏବଂ ୮୫୦୦ ଟଙ୍କା ମିଳିବ । ମାସିକ ୮,୫୦୦ ଓ ବାର୍ଷିକ ୧ ଲକ୍ଷ ଟଙ୍କା ଦେବୁ । ଏହାଦ୍ୱାରା ଭାରତର ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ ହେବ । ଅଦାନୀ ଠାରୁ ଟଙ୍କା ଆଣିବୁ ସାଧାରଣ ମହିଳାଙ୍କ ଆକାଉଣ୍ଟରେ ଦେବୁ ।

ଅଦାନୀ ଓ ଅମ୍ବାନୀଙ୍କୁ ସାଧାରଣ ଲୋକଙ୍କ ଟଙ୍କା ଦେଇଛନ୍ତି ମୋଦୀ । ସେମାନେ ବିଦେଶରେ ବ୍ୟବସାୟ କରୁଛନ୍ତି, ବଙ୍ଗଳା କିଣୁଛନ୍ତି । କିନ୍ତୁ ଏହି ଟଙ୍କା ଓଡ଼ିଶାର ମହିଳାଙ୍କୁ ଆମେ ଦେବୁ । ମହିଳା ମାନେ ଏହାକୁ ବିଭିନ୍ନ ଉପାୟରେ ଖର୍ଚ୍ଚ କରିବେ । ଓଡ଼ିଶାର ଚାଷୀ ଓ ଶ୍ରମିକଙ୍କୁ ମଧ୍ୟ ସବୁ ପ୍ରକାର ସୁବିଧା ଯୋଗାଇଦେବୁ । ଚାଷୀଙ୍କର ଋଣ ଛାଡ କରିବୁ । ଚାଷୀଙ୍କ ପାଇଁ ଋଣ ଛାଡ ଉଦ୍ୟୋଗ କରିବୁ । ଯେତେବେଳେ ଚାଷୀଙ୍କୁ ଋଣ ଛାଡର ଆବଶ୍ୟକତା ପଡିବ ସେତେବେଳେ ଏହି ଉଦ୍ୟୋଗର ନିର୍ଦ୍ଦେଶରେ ଭାରତ ସରକାର ଚାଷୀଙ୍କ ଋଣ ଛାଡ କରିବ । ଯୁବକଙ୍କୁ ଅଗ୍ନିବୀର ଯୋଜନା ବହୁତ କଷ୍ଟ ଦେଇଛି । ଇଣ୍ଡିଆ ମେଣ୍ଟ ସରକାର ହେଲେ ଅଗ୍ନିବୀର ଯୋଜନାକୁ ବନ୍ଦ କରିବ । ପ୍ରତି ସୈନିକଙ୍କୁ ସମାନ ସୁବିଧା ମିଳିବ । ୩୦ ଲକ୍ଷ ସରକାରୀ ଚାକିରି ଫାଙ୍କା ପଡିଛି, ତାହାକୁ ପୂରା କରିବୁ । ଶ୍ରମିକଙ୍କୁ ମନେରଗାରେ ଦୈନିକ ପାରିଶ୍ରମିକ ୪୦୦ ଟଙ୍କା ମିଳିବ । ଯୁବକଙ୍କୁ ପେହେଲି ନୌକରି ପକ୍କି ଯୋଜନାରେ ନିଯୁକ୍ତି ମିଳିବ ଏବଂ ଆକାଉଣ୍ଟରେ ବାର୍ଷିକ ୧ ଲକ୍ଷ ଟଙ୍କା ମିଳିବ ।
ବିଜେପି ଓଡ଼ିଶାର ଅପମାନ କରିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିବା ସହ ପ୍ରତିଟି ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ବିଜେପି ନେତା । ନରେନ୍ଦ୍ର ମୋଦୀ କହୁଛନ୍ତି, ମୁଁ ଭଗବାନଙ୍କ କାମ କରୁଛି । ବିଜେପି ଦଳର ନେତା କହୁଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ମୋଦୀଙ୍କ ଭକ୍ତ । ଏମାନଙ୍କର ଚିନ୍ତାଧାରରେ କେତେ ଅହଙ୍କାର ଭରି ରହିଛି । ବିଜେପି ନେତା କହୁଛନ୍ତି, ମୋଦୀଙ୍କ ପାଇଁ ଭଗବାନ କାମ କରୁଛନ୍ତି । ସମ୍ବିଧାନକୁ ବଞ୍ଚାଇବାକୁ ଲୋକଙ୍କ ସରକାର ଗଠନ କରିବାକୁ ଆହ୍ୱାନ ଦେଇଛନ୍ତି ରାହୁଲ ଗାନ୍ଧୀ ।

Powered by Froala Editor

Tags Rahul gandhi

Related articles Odisha News Lens 4.1

  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ
    ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13264
    May 26, 2026
  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ
    ଦେଶ-ଦେଶାନ୍ତର

    ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14518
    May 26, 2026
  • ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି
    ଅପରାଧ

    ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

    15293
    May 26, 2026
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା
    ଦେଶ-ଦେଶାନ୍ତର

    କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13399
    May 26, 2026
  • ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ

    13529
    May 25, 2026
  • ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ରାଷ୍ଟ୍ରପତିଙ୍କଠୁ ଆଓ୍ୱାର୍ଡ ...
    ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ ସମ୍ମାନ, ରାଷ୍ଟ୍ରପତିଙ୍କଠୁ ଆଓ୍ୱାର୍ଡ ...

    13605
    May 26, 2026
  • ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    14969
    May 25, 2026
  •  ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ
    ଦେଶ-ଦେଶାନ୍ତର

    ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14741
    May 25, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି
    ବିଶେଷ

    ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14399
    May 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14741
    May 25, 2026
  • ଦେଶ-ଦେଶାନ୍ତର

    ତ୍ୱିଶା ଶର୍ମା ମାମଲାର ଶୁଣାଣି: ଏହା କହିଲେ ସୁପ୍ରିମକୋର୍ଟ

    13529
    May 25, 2026
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ କକ୍ରୋଚ୍ ଜନତା ପାର୍ଟି ବିବାଦ

    14969
    May 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16879
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17498
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17546
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17930
    Sep 06, 2023

ବିଶେଷ

  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14399
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15719
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15010
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14421
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14544
    May 18, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15423
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15164
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15654
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13989
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହ୍ବାଇଟ ହାଉସ ନିରାପତ୍ତା ଚେକ୍‌ ପୋଷ୍ଟ ନିକଟରେ ଗୁଳିକାଣ୍ଡ

    14741
    May 25, 2026
  • ଡିଜିଟାଲ ଆରେଷ୍ଟ କରି ଲୁଟିନେଲେ ୨୪ କୋଟି

    15293
    May 26, 2026
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13399
    May 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In