ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ପାଣ୍ଡିଆନଙ୍କ ବିଷୟରେ ଏହା କହିଲେ ନବୀନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବ । ତାହାକୁ ନେଇ ଗତ କିଛି ବର୍ଷ ହେଲା ଚର୍ଚ୍ଚା ହେଉଥିବାବେଳେ ଏବକାର ରାଜନୈତିକ ପରିସ୍ଥିତିକୁ ଦେଖିଲେ କାର୍ତ୍ତିକ ପାଣ୍ଡିଆନ ହିଁ ତାଙ୍କର ଉତ୍ତରାଧିକାରୀ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା ।
ତେବେ ମାଷ୍ଟରଷ୍ଟ୍ରୋକ ଦେବାରେ ମାହିର ନବୀନ କିନ୍ତୁ ଏଭଳି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । କାର୍ତ୍ତିକ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏଏନଆଇକୁ ସାକ୍ଷାତକାର ଦେବା ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।
ଏଥିସହ ସେ କହିଛନ୍ତି ଯେ ବିଧାନସଭା ନିର୍ବାଚନରେ ବହୁତ ଭଲ କରିବୁ । ଲୋକସଭା ନିର୍ବାଚନରେ ବି ବହୁତ ଭଲ ସଂଖ୍ୟାଗରିଷ୍ଠ ପାଇବୁ ।
Powered by Froala Editor