ଚାପ ଖେଳ ବେଳେ ବଡଧରଣର ଅଘଟଣ : ବାଣ ନିଆଁ ପଡି ୨୦ରୁ ଉର୍ଦ୍ଧ ଗୁରୁତର

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଏକ ବଡଧରଣର ଅଘଟଣ ଘଟିଛି। ବାଣ ନିଆଁ ପଡି ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମହାପ୍ରଭୁ ଚାପ ଖେଳିବା ସମୟରେ ବାଣ ଫୁଟାଯାଇଥିଲା, ଏତିକି ବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣ ନିଆଁ ଛିଟିକି ପଡ଼ିଥିଲା। ଫଳରେ ସେଠାରେ ଥିବା ଲୋକେ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ଜଣାପଡିଛି l ଗୁରୁତର ଆହତ ବ୍ୟକ୍ତି ଓ ଶିଶୁ ଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।
Powered by Froala Editor