ଭୂସ୍ଖଳନରେ ୬୭୦ରୁ ଅଧିକ ଲୋକ ମୃତ : ବାଡି, କୋଦାଳ ଧରି ଶବ ବାହାର କରୁଛନ୍ତି ଗାଁଲୋକ
ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କାଓକାଲମ ଗ୍ରାମ ନିକଟରେ ଗତ ଶୁକ୍ରବାର ଭୋର୍ ପ୍ରାୟ ୩ଟା ସମୟରେ ଶକ୍ତିଶାଳୀ ଭୂସ୍ଖଳନ ହୋଇଥିଲା । ଏହି ଭୂସ୍ଖଳନ ହେତୁ ପାଖାପାଖି ୧୫୦ଗାଁ ମାଟିରେ ଦବି ଯାଇଥିଲା। ମାଟି ତଳେ ଅନେକ ଲୋକ ଚାପି ହୋଇଯାଇଥିବାର ଆକଳନ କରଯାଇଥିଲା। ବଡ଼ ଧରଣର ଭୂସ୍ଖଳନ ପରେ ୬୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଏହି ବିପର୍ୟ୍ୟୟ ଦ୍ୱାରା ୧୦୦୦ ରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲା ବେଳେ ଅଞ୍ଚଳରେ ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଣ ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସହାୟତା ଏଜେନ୍ସି ଏବଂ ସ୍ଥାନୀୟ ନେତାମାନେ ପ୍ରଥମେ ଭୟ କରୁଥିଲେ ୧୦୦ ରୁ ୩୦୦ ଲୋକ ଏହି ବିପର୍ୟ୍ୟୟରେ ପ୍ରାଣ ହରାଇଥିବେ। କିନ୍ତୁ ଏହି ସଂଖ୍ୟା ୬୭୦ ପାର କରିଛି। ସେହିପରି ଉଦ୍ଧାର ସମୟରେ ଉଦ୍ଧାରକାରୀମାନେ ଅନୁଭବ କରିଥିଲେ ଯେ ଗାଁରେ ଅଧିକ ଲୋକ ବାସ କରୁଛନ୍ତି। ତେବେ ଗ୍ରାମରେ ୪୦୦୦ ଲୋକେ ବସବାସ କରୁଥିଲେ ବୋଲି ଜଣାପଡିଛି। ଅଞ୍ଚଳରେ ଏଭଳି ପ୍ରାକୃତିକ ବିପତ୍ତି ସମୟରେ ଏଠାକାର ଆଦିବାସୀ ଲୋକମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ଦେଖାଦେଇଛି। ମାଟି ତଳେ ପୋତି ହୋଇଥିବା ଶବକୁ ବାହାର କରିବା ପାଇଁ ଲୋକମାନେ ବାଡ଼ି, କୋଦାଳ ବ୍ୟବହାର କରୁଛନ୍ତି ।
ଅନ୍ତର୍ଜାତୀୟ ପ୍ରବାସନ ସଂଗଠନର ମୁଖ୍ୟ ସେରହାନ ଏକ୍ଟୋପ୍ରାକ କହିଛନ୍ତି, ଭୂସ୍ଖଳନ ହେତୁ ହୋଇଥିବା ମୃତ୍ୟୁର ଆକଳନ ୟମବଲି ଗ୍ରାମ ଓ ଏଙ୍ଗା ଗ୍ରାମର ଅଧିକାରୀଙ୍କ ଆକଳନ ଉପରେ ନିର୍ଭରଶୀଳ ଥିଲା। ଗତ ଶୁକ୍ରବାର ହୋଇଥିବା ଭୂସ୍ଖଳନ ହେତୁ ମାଟି ତଳେ ୬୭୦ରୁ ଅଧିକଲୋକ ଚାପି ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି। ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇପାରେ ।
Powered by Froala Editor