ତୃତୀୟ ପର୍ୟ୍ୟାୟରେ ହୋଇଛି ୭୧ ପ୍ରତିଶତ ଭୋଟିଂ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଶେଷ ହୋଇଛି ତୃତୀୟ ପର୍ୟ୍ୟାୟ ନିର୍ବାଚନ। ଏହି ପର୍ୟ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର- ଭୁବନେଶ୍ୱର, ପୁରୀ, ସମ୍ବଲପୁର, ଢେଙ୍କାନାଳ, କଟକ ଓ କେନ୍ଦୁଝର ତଥା ଏସବୁ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ଗ୍ରହଣ କରାଯାଇଥିଲା। ଏହି ପର୍ୟ୍ୟାୟରେ ପ୍ରାୟ ୭୧ ପ୍ରତିଶତ ଭୋଟିଂ ହୋଇଛି।
ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଏବେ ଯାଏ ରେକର୍ଡ ହୋଇଛି ୭୦.୯୯ ପ୍ରତିଶତ ଭୋଟିଂ। ସର୍ବାଧିକ ପୋଲିଂ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ହୋଇଛି। ଏଠାରେ ୭୬.୬୩ ପ୍ରତିଶତ ମତଦାନ ହୋଇଛି। ସବୁଠୁ କମ୍ ମତଦାନ ଭୁବନେଶ୍ୱରରେ ହୋଇଛି। ଭୁବନେଶ୍ୱରରେ ମାତ୍ର ୬୨ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି।
ପୁରୀରେ ୭୩.୮୧% ମତଦାନ ହୋଇଥିବା ବେଳେ ଢେଙ୍କାନାଳରେ ୭୩.୬୯, କେନ୍ଦୁଝରରେ ୭୩.୩୦ ଓ କଟକରେ ୬୭.୩୬ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଛି। ଏହି ପର୍ୟ୍ୟାୟ ନିର୍ବାଚନ ସରିବା ପରେ ରାଜ୍ୟର ବିଭିନ୍ନ ଷ୍ଟ୍ରଙ୍ଗରୁମରେ ଇଭିଏମଗୁଡ଼କୁ ନେଇ ରଖାଯାଇଛି।
Powered by Froala Editor