ଭାରତ ପାଇଁ ଗୌରବ ଆଣିଲେ ଅନସୂୟା : ଜିତିଲେ କାନ୍ସ ବେଷ୍ଟ ଆକ୍ଟ୍ରେସ୍ ଆୱାର୍ଡ
ଭାରତକୁ ଗର୍ବ ଆଣିଛନ୍ତି ଅଭିନେତ୍ରୀ ଅନସୂୟା ସେନଗୁପ୍ତା। ସେ ପ୍ରଥମ ଅଭିନେତ୍ରୀ ଭାବେ କାନ୍ସ ଫେଷ୍ଟିଭାଲରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି। କାନ୍ସ ଫିଲ୍ମ ଫେଷ୍ଟିଭାଲର ଅନ୍ ସେଟର୍ନ ରିଗାର୍ଡ ସେଗମେଣ୍ଟରେ ବେଷ୍ଟ ଆକ୍ଟ୍ରେସର ସମ୍ମାନ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ବୁଲଗେରିଆ ଫିଲ୍ମ ନିର୍ମାତା କନଷ୍ଟାଣ୍ଟିନ ବୋଜାନୋଭଙ୍କ ନିର୍ଦ୍ଦେଶିତ ହିନ୍ଦି ଫିଲ୍ମ 'ସେମଲେସ୍' ପାଇଁ ଆୱାର୍ଡ ଜିତିଛନ୍ତି ଅନସୂୟା ।
ଏହି ଚଳଚ୍ଚିତ୍ର ଜଣେ 'ଯୌନକର୍ମୀ' କାହାଣୀ ଉପରେ ଆଧାରିତ। ଦିଲ୍ଲୀର ଜଣେ ଯୌନକର୍ମୀ କେମିତି ପୋଲିସକୁ ଛୁରାମାଡ କରି କୋଠାରୁ ଚମ୍ପଟ ମାରୁଛି ଓ ତାର ପରବର୍ତ୍ତୀ ଯାତ୍ରା କେମିତି ରହୁଛି ତା ଉପରେ ଫିଲ୍ମର କାହାଣୀ ଗତିଶୀଳ । କାନ୍ସରେ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପାଇବା ପରେ ଅନସୂୟା ଏହାକୁ ସମଲିଙ୍ଗୀ ସଂପ୍ରଦାୟ ଓ ବିଶ୍ବର ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟକୁ ଉତ୍ସର୍ଗ କରିଛନ୍ତି ।
ଅନସୂୟା କହିଛନ୍ତି, "ସମାନତା ପାଇଁ ଲଢିବାକୁ ହେଲେ ତୁମକୁ ସମଲିଙ୍ଗୀ ହେବାକୁ ପଡିବ ନାହିଁ, ଉପନିବେଶକରଣ ଦୁଃଖଦାୟକ ବୋଲି ବୁଝିବା ପାଇଁ ତୁମକୁ ଉପନିବେଶ ଅଧୀନରେ ରହିବାର ଆବଶ୍ୟକ ନାହିଁ - ଆମକୁ କେବଳ ଜଣେ ଭଲ ମଣିଷ ହେବାର ଆବଶ୍ୟକତା ରହିଛି।"
Powered by Froala Editor