ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ ମ୍ୟାପ୍, ନଦୀରେ ନେଇ ପୁରାଇଦେଲା କାର୍
![ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ ମ୍ୟାପ୍, ନଦୀରେ ନେଇ ପୁରାଇଦେଲା କାର୍](https://odishanewslens.com/news_gallery/30267_1716667638.jpg)
ଗୁଗୁଲ ମ୍ୟାପ ଜରିଆରେ ଯାଉ ଯାଉ ପାଣି ଭିତରେ ପଶିଯାଇଛନ୍ତି କିଛି ପର୍ଯ୍ୟଟକ । ଏ ଘଟଣା ଯେତିକି ଭୟଙ୍କର ସେତିକି ଦୁଃଖଦ । କାରଣ କାର ସହ ପର୍ଯ୍ୟଟକମାନେ ପାଣିରେ ପଶିଯିବା ଯୋଗୁଁ ସେମାନଙ୍କ ମୃତ୍ୟୁ ନିଶ୍ଚିନ୍ତ ଥିଲା । କିନ୍ତୁ ସୌଭାଗ୍ୟବଶତଃ ସେମାନେ ବଞ୍ôଚଯାଇଛନ୍ତି । ଏଭଳି ଏକ ଘଟଣା କେରଳର କୋଟାୟମ ଜିଲ୍ଲାରେ ଦେଖିବାକୁ ମିଳିଛି।
ହାଇଦ୍ରାବାଦରୁ ୪ଜଣ ପର୍ଯ୍ୟଟକ ସାଉଥ୍ କେରଳର କୁରୁପନ୍ତରା ଅଭିମୁଖେ ଯାତ୍ରା କରୁଥିଲେ। ସେମାନଙ୍କ ଭିତରେ ଥିଲେ ଜଣେ ମହିଳା। ଅଜଣା ବାଟ ହୋଇଥିବାରୁ ସେମାନେ ଗୁଗୁଲ ମ୍ୟାପ୍ର ସହାୟତା ନେଇଥିଲେ। ହେଲେ ମ୍ୟାପ୍ ଦେଖାଇଥିଲା ଭୁଲ ବାଟ, ଆଉ ନଦୀରେ ଖସି ପଡିଥିଲା ଏସ୍ୟୁଭି।
ଶୁକ୍ରବାର ବିଳମ୍ବିତ ରାତିରେ ପ୍ରବଳ ବର୍ଷା କାରଣରୁ ରାସ୍ତା ବୁଡି ଯାଇଥିଲା। ସେ ଅଞ୍ଚଳ ବିଷୟରେ ପର୍ଯ୍ୟଟକଙ୍କୁ ମଧ୍ୟ କିଛି ଜଣା ନଥିଲା। ସେମାନେ ଗୁଗୁଲ ମ୍ୟାପ୍ ସାହାଯ୍ୟ ନେଇଥିଲେ। ହେଲେ ଯେତେବେଳେ ସେମାନେ ସେହି ସବୁ ବାଟ ଦେଇ ଯାଇଥିଲେ, ହଠାତ ଏକ ନଦୀରେ ଯାଇ ପଡିଥିଲା କାର। ତେବେ, ପୋଲିସ ପାଟ୍ରୋଲିଂ ୟୁନିଟ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଉଦ୍ୟମରେ ଚାରିଜଣ ଉଦ୍ଧାର ହୋଇଥିଲେ, କିନ୍ତୁ ସେମାନଙ୍କ ଗାଡି ପାଣିରେ ବୁଡ଼ି ଯାଇଥିଲା।
ଏହି ମାମଲାକୁ ଦେଖି କେରଳ ପୋଲିସ ଚେତାବନୀ ଜାରି କରିଛି। ବର୍ଷା ଦିନରେ ଅଜଣା ରାସ୍ତାରେ ଗୁଗୁଲ ମ୍ୟାପ୍ ବ୍ୟବହାର କରିବା ସମୟରେ ସାବଧାନ ରହିବାକୁ କହିଛି।
Powered by Froala Editor