ଠକେଇ ମାମଲାରେ ବନ୍ଧା ହେଲେ ନଓ୍ୱାଜୁଦ୍ଦିନଙ୍କ ବଡ଼ ଭାଇ
ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କୁ ଗିରଫ କରାଯାଇଛି। ଜାଲିଆତି ଅଭିଯୋଗରେ ନୱାଜଙ୍କ ବଡ ଭାଇଙ୍କୁ ୨୨ ମେ ବୁଧବାର ଦିନ ଉତ୍ତରପ୍ରଦେଶର ମୁଜାଫରନଗରରେ ପୋଲିସ ଗିରଫ କରିଛି।
ଜାବେଦ ଇକବାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଚାଷ ଜମିକୁ ନେଇ ଲାଗି ରହିଥିବା ବିବାଦ ଯୋଗୁ ସେ ଠକେଇର ପନ୍ଥା ଆପଣାଇଥିଲେ। ତେବେ ତଦନ୍ତ ପରେ କୋର୍ଟ ତରଫରୁ ଜାରି କରାଯାଇଥିବା ନିର୍ଦ୍ଦେଶ ପତ୍ର ଫେକ୍ ବୋଲି ଜଣାପଡିଛି। ଏହାକୁ ନେଇ ଜିଲ୍ଲା ମାଜିଷ୍ଟ୍ରେଟ୍ କୋର୍ଟରେ ଅଭିଯୋଗ ହେବା ପରେ ଅୟାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦, ୪୬୭, ୪୬୮ ଏବଂ ୪୭୧ ଅନୁଯାୟୀ ଆୟାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।
ତେବେ ପ୍ରଥମ ଥର ପାଇଁ ନଓ୍ୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇ ଏଭଳି ଆଇନ ଜାଲରେ ଫଶି ନାହାନ୍ତି। ପୂର୍ବରୁ ୨୦୧୮ରେ ମଧ୍ୟ ସୋଶାଲ ମିଡିଆରେ ଆପତ୍ତିଜନକ ଫଟୋ ସେୟାର କରି ସେ ଫଶିଥିଲେ। ଏହି ଫଟୋ ଜରିଆରେ ସେ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଅୟାଜୁଦ୍ଦିନ ସିଦ୍ଦିକି ବିରୋଧରେ ମାମଲା ରୁଜୁ ହୋଇଥିଲା। ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି।
Powered by Froala Editor