ଏହି ଦୁଇ ସ୍ଥାନରେ ସାନି ମତଦାନ

ଭୁବନେଶ୍ବର : ପୁଲିସର କଡା ସୁରକ୍ଷା ବଳୟରେ ଆରମ୍ଭ ହେଲା ସାନି ମତଦାନ। ଆଜି କନ୍ଧମାଳ ସଂସଦୀୟ କ୍ଷେତ୍ର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ କିରାସିରା ଓ ମହେଶ୍ୱରପିଣ୍ଡା ବୁଥରେ ସାନି ମତଦାନ ଅନୁଷ୍ଠିତ ହୋଇଛି। କିରାସିରା ବୁଥରେ ବ୍ୟାପକ ବୁଥ ରେଗିଂ ହୋଇଥିବା ନେଇ ବିଜେପି ପକ୍ଷରୁ ଅଭିଯୋଗ କରା ଯାଇଥିଲା। ମହେଶ୍ୱର ପିଣ୍ଡାରେ ସରକାରୀ କଲକୁ ହାତ ବାରିସୀ କରି ଅଧାରେ ମତଦାନ ବନ୍ଦ କରି ପୋଲିଂ ବାକ୍ସ ଜୋର ଜବରଦସ୍ତ ଲାଠି ଚାଳନା ସହିତ ରବର ଗୁଳି ଚାଳନା କରି ବାକ୍ସ ନେଇ ଥିବା ନେଇ ବିଜେପି ପ୍ରାର୍ଥୀ ଅଭିଯୋଗ କରିଥିଲେ।
Powered by Froala Editor