ସ୍ଥଗିତ ହେଲା UPSC ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା
UPSC ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧କୁ ସ୍ଥଗିତ ରଖିଛି। ୟୁପିଏସ୍ସି ଅଫିସିଆଲ୍ ନୋଟିସ୍ରେ କୁହାଯାଇଛି ଯେ, "ସିଭିଲ୍ ସର୍ଭିସେସ୍ ପ୍ରି ପରୀକ୍ଷା ୨୦୨୧ ଯାହା ୨୭.୦୬.୨୦୨୧ରେ ଅନୁଷ୍ଠିତ ହେବାର ଥିଲା, ତାହା ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ପରୀକ୍ଷା ୧୦.୧୦.୨୦୨୧ରେ କରାଯିବ।" ଏହାସହ ଏହା ମଧ୍ୟ କୁହାଯାଇଛି ଯେ ୦୫.୦୫.୨୦୨୧ରେ ସୂଚିତ ହେବାକୁ ଥିବା ସଂଯୁକ୍ତ ଚିକିତ୍ସା ସେବା ପରୀକ୍ଷା ୨୦୨୧ କୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
UPSC ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧ ପୂର୍ବରୁ ଜୁନ୍ ୨୭, ୨୦୨୧ରେ ଅନୁଷ୍ଠିତ ହେବାର ଥିଲା। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, UPC CSE ପ୍ରାଥମିକ ପରୀକ୍ଷା ୨୦୨୧ ବର୍ତ୍ତମାନ ୧୦ ଅକ୍ଟୋବର ୨୦୨୧ରେ ଅନୁଷ୍ଠିତ ହେବ। UPSC ସଂଯୁକ୍ତ ଚିକିତ୍ସା ସେବା ପରୀକ୍ଷା ୨୦୨୧ ମେ ୫, ୨୦୨୧ରେ ଅନୁଷ୍ଠିତ ହେବାକୁ ଥିଲା, ତାହା ମଧ୍ୟ ସ୍ଥଗିତ ରଖାଯାଇଛି। ଏପର୍ଯ୍ୟନ୍ତ ଏହାର କୌଣସି ନିଶ୍ଚିତତା ନ ଥିବା ଦେଖାଯାଏ। ତେବେ ପ୍ରାର୍ଥୀମାନଙ୍କୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ପରୀକ୍ଷା ତାରିଖକୁ ଅପେକ୍ଷା କରିବାକୁ ପଡିବ।
Powered by Froala Editor