୨୭ ପ୍ରାର୍ଥୀଙ୍କ ଭାଗ୍ୟ ଷ୍ଟ୍ରଙ୍ଗରୁମରେ ହେଲା ସିଲ

ଟିଟିଲାଗଡ଼ : ସ୍ଥାନୀୟ ଡ଼ିଏଭି ମହାବିଦ୍ୟାଳୟରେ ଅପରାହ୍ନ ୧୧.୪୫ ମିନିଟରେ ଟିଟିଲାଗଡ଼ ୬୯ ବିଧାନସଭା ନିର୍ବାଚନ ମଣ୍ଡଳୀ ତଥା କଣ୍ଟାବାଞ୍ଜି-୭୦ ବିଧାନସଭା ନିର୍ବାଚନ ମଣ୍ଡଳୀର ୬୪୩ଟି ବୁଥର ଇଭିଏମ ସିଲ ହୋଇଛି। ଗତକାଲି ବିଭିନ୍ନ ସ୍ଥାନରେ ରାତ୍ରୀ ୯.୩୦ ପର୍ଯ୍ୟନ୍ତ ମତଦାନ ଚାଲି ଥିବା ବେଳେ ଅନେକ ବୁଥର ପୋଲିଙ୍ଗ ଦଳ ସକାଳେ ପହଞ୍ଚିଥିଲେ। ସକାଳୁ ଇଭିଏମ ଗୁଡିକୁ ସେମାନଙ୍କ ଠାରୁ ସଂଗ୍ରହ କରିଵା ପରେ ଟିଟିଲାଗଡ଼ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ରେହାନ ଖତ୍ରୀ, କଣ୍ଟାବାଞ୍ଜି ନିର୍ବାଚନ ଅଧିକାରୀ ତଥା ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ ରୁମରେ ଭର୍ତି ସହ ସିଲ କରାଯାଇଛି। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରୁ ୬ ଜଣ ବିଧାୟକ ପ୍ରାର୍ଥୀ, କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୧୧ ଜଣ ବିଧାୟକ ପ୍ରାର୍ଥୀ ତଥା ବଲାଙ୍ଗିର ଲୋକସଭା ପାଇଁ ୧୦ ପ୍ରାର୍ଥୀଙ୍କ ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଜନମତ ଇଭିଏମ ସହ ସିଲ ହୋଇଛି।
Powered by Froala Editor