ନଦୀରେ ଭାସିଗଲେ ୨ ଯୁବକ
ଯାଜପୁର: ଗାଧୋଇଲା ବେଳେ ୨ ଯୁବକ ନଦୀରେ ଭାସିଯିବା ଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଭାସିଯାଇ ସମ୍ପୃକ୍ତ ୨ ଜଣ ଯୁବକ ନିଖୋଜ ହୋଇଯାଇଥିବା ଜଣାଯାଇଛି । ବ୍ରାହ୍ମଣୀ ନଦୀର ବରୀ ଶଙ୍କରାକୂଳ ଘାଟରେ ଏହି ଘଟଣା ଘଟିଛି । ଉକ୍ତ ଘାଟରେ ଆଜି ୨ ଜଣ ଯୁବକ ଗାଧୋଉଥିଲେ ।
ତେବେ ହଠାତ ଗୋଡ଼ ଖସି ଯିବାରୁ ଉଭୟ ଭାସି ଯାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ନଦୀରେ ଖୋଜାଖୋଜି ଆରମ୍ଭ କରିବା ସହ ପୁଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଭୟ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି ।
ତେବେ ଖବର ଲେଖା ସୁଦ୍ଧା ସେମାନଙ୍କର କୌଣସି ପତ୍ତା ମିଳିନଥିବା ଜଣାଯାଇଛି ।
Powered by Froala Editor