ମେ ଜୁନରେ ଗ୍ରାମୀଣ ଭାରତରେ ଟିକାକରଣ ତ୍ୱରାନ୍ୱିତ
ନୂଆଦିଲ୍ଲୀ: ମେ ଜୁନରେ ଗ୍ରାମୀଣ ଭାରତରେ ଟିକାକରଣ ତ୍ୱରାନ୍ୱିତ ହୋଇଛି । ସରକାରୀ ଭାବେ ଗ୍ରାମୀଣ ଅଞ୍ଚଳରେ ପ୍ରାୟ ୭୧ ପ୍ରତିଶତ କୋଭିଡ ଟିକାକରଣ କେନ୍ଦ୍ର ରହିଛି । ମେ’ଜୁନରେ ୬ ସପ୍ତାହ ମଧ୍ୟରେ ଦିଆଯାଇଥିବା ମୋଟ ଟିକାର ୫୩ ପ୍ରତିଶତ ଗ୍ରାମାଞ୍ଚଳରୁ ରିପୋର୍ଟ ହୋଇଛି । ଟିକାକରଣରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅବହେଳା କରାଯାଇଥିବା ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରି ସରକାର ଏହା କହିଛନ୍ତି । ନୀତି ଆୟୋଗ ସଦସ୍ୟ ଭି କେ ପଲ କହିଛନ୍ତି, କିଛି ଆଦିବାସୀ ଜିଲ୍ଲାରେ ଜାତୀୟ ହାରଠାରୁ ମଧ୍ୟ ଅଧିକ ଟିକାକରଣ ହୋଇଛି । ଗ୍ରାମାଞ୍ଚଳରେ ଟିକାକରଣ ଆଗକୁ ଆହୁରି ତ୍ୱରାନ୍ୱିତ ହେବ ବୋଲି ପଲ୍ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୨୭.୨୪ କୋଟି ଲୋକ ଟିକା ନେଇଥିବା ବେଳେ ଗୋଟିଏ ଦିନରେ ୩୩ ଲକ୍ଷ ଲୋକ ଟିକା ନେଇଛନ୍ତି ।
Powered by Froala Editor