ଏହି ସିନ୍ ପାଇଁ ୧୨ ଘଣ୍ଟା ମଇଳା ପାଣିରେ ବସିଥିଲେ ମନୀଷା
ଓଟିଟି ପ୍ଲାଟଫର୍ମରେ ଏବେ ‘ହୀରାମଣ୍ଡି’ ଧୁମ ମଚାଉଛି । ମୁଖ୍ୟ ଭୂମିକାରେ ଥିବା ମନୀଷା କୋଇରାଲାଙ୍କ ଅଭିନୟ ସମସ୍ତଙ୍କୁ ଚକିତ କରୁଛି । ୫୩ ବର୍ଷୀୟା ଏହି ଅଭିନେତ୍ରୀ ହୀରାମଣ୍ଡି ୱେବସିରିଜ ଯୋଗୁଁ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ତେବେ ମନୀଷାଙ୍କୁ ଏଥିପାଇଁ ବହୁତ କଷ୍ଟ ସହିବାକୁ ପଡିଛି ।
ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ସଞ୍ଜୟ ଲୀଲା ଭନସାଲୀଙ୍କ ୱେବ୍ ସିରିଜ୍ ପାଇଁ ସେ ୧୨-୧୨ ଘଣ୍ଟା ପାଇଁ କଠିନ ପରିଶ୍ରମ କରିଛନ୍ତି। ମନୀଷା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ଯେ ସେ 'ହୀରାମଣ୍ଡି'ର ଏକ ଦୃଶ୍ୟ ପାଇଁ ୧୨ ଘଣ୍ଟା ପରିଶ୍ରମ କରିଛନ୍ତି। ସେ ଏହି ସିନ୍କୁ ପୁରା ସୋ’ର ସବୁଠାରୁ ଚ୍ୟାଲେଞ୍ଜିଂ ଦୃଶ୍ୟ ବୋଲି ବର୍ଣ୍ଣନା କରିଛନ୍ତି । ତାଙ୍କର ଫଟୋ ସେୟାର କରିବାବେଳେ ସେ ଲେଖିଥିଲେ, “ଫାଉଣ୍ଟେନ୍ ସିନ୍ ସବୁଠାରୁ ଚାଲେଞ୍ଜିଂ ଥିଲା। ଏଥିପାଇଁ ମୋତେ ୧୨ ଘଣ୍ଟାରୁ ଅଧିକ ସମୟ ପାଇଁ ଫାଉଣ୍ଟେନ୍ ପାଣିରେ ବସି ରହିବାକୁ ରହିବାକୁ ପଡିଲା। ତଥାପି ୱେବସିରିଜର ସଫଳତା ପାଇଁ କଷ୍ଟ ଭୁଲିଯାଇଛି । ଲୋକଙ୍କ ଠାରୁ ହୀରାମଣ୍ଡିର ପ୍ରଶଂସା ଶୁଣିଲେ ସବୁ କ୍ଷତ ଭରିଗଲା ଭଳି ଲାଗୁଛି ।
Powered by Froala Editor