କରୋନା ନେଲା ୪୦ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪୦ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୩୫୯୦ରେ ପହଁଚିଛି । ଏଯାବତ ରାଜ୍ୟରେ ୮ ଲକ୍ଷ ୭୭ ହଜାର ୫୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଲକ୍ଷ ୩୫ ହଜାର ୧୩୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମ୍ପ୍ରତି ୩୮୭୨୭ ଜଣ ଚିକିତ୍ସିତ ହେଉଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧, ବରଗଡ଼ରେ ୫, ବଲାଙ୍ଗୀରରେ ୨, କଟକରେ ୫, ଗଞ୍ଜାମରେ ୩, ଝାରସୁଗୁଡ଼ାରେ ୩, ଖୋର୍ଦ୍ଧାରେ ୩, କୋରାପୁଟରେ ୪, ମାଲକାନାଗିରିରେ ୧, ମୟୂରଭଞ୍ଜରେ ୪, ନୟାଗଡ଼ରେ ୧, ପୁରୀରେ ୨, ରାୟଗଡ଼ାରେ ୪ ଓ ସୁନ୍ଦରଗଡ଼ରେ ୨ ଜଣଙ୍କର ମୃତୁ୍ୟ ହୋଇଛି ।
ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୨୭, ବାଲେଶ୍ୱରରେ ୨୦୫, ବରଗଡ଼ରେ ୫୧, ଭଦ୍ରକରେ ୧୮୬, ବଲାଙ୍ଗୀରରେ ୩୬, ବୌଦ୍ଧରେ ୫୯, କଟକରେ ୪୦୭, ଦେବଗଡ଼ରେ ୧୨, ଢେଙ୍କାନାଳରେ ୯୬, ଗଜପତିରେ ୨୯, ଗଞ୍ଜାମରେ ୨୭, ଜଗତସିଂହପୁରରେ ୧୦୩, ଯାଜପୁରରେ ୩୩୭, ଝାରସୁଗୁଡ଼ାରେ ୧୩, କଳାହାଣ୍ଡିରେ ୪୧, କନ୍ଧମାଳରେ ୪୧, କେନ୍ଦ୍ରାପଡ଼ାରେ ୧୪୧, କେନ୍ଦୁଝରରେ ୬୧, ଖୋର୍ଦ୍ଧାରେ ୫୭୧, କୋରାପୁଟରେ ୫୯, ମାଲକାନାଗିରିରେ ୮୬, ମୟୂରଭଞ୍ଜରେ ୧୮୭, ନବରଙ୍ଗପୁରରେ ୫୭, ନୟାଗଡ଼ରେ ୧୯, ନୂଆପଡ଼ାରେ ୧୯, ପୁରୀରେ ୨୩୭, ରାୟଗଡ଼ାରେ ୮୮, ସମ୍ବଲପୁରରେ ୩୧, ସୋନପୁରରେ ୨୯, ସୁନ୍ଦରଗଡ଼ରେ ୪୩ ଓ ରାଜ୍ୟ ପୁଲରେ ୮୪ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor