ରାଜ୍ୟରେ ୩୫୭୭ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୩୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୨୦୩୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୧୫୩୮ ଜଣ ସଂକ୍ରମିତ ହୋଇଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୨୭, ବାଲେଶ୍ୱରରେ ୨୦୫, ବରଗଡ଼ରେ ୫୧, ଭଦ୍ରକରେ ୧୮୬, ବଲାଙ୍ଗୀରରେ ୩୬, ବୌଦ୍ଧରେ ୫୯, କଟକରେ ୪୦୭, ଦେବଗଡ଼ରେ ୧୨, ଢେଙ୍କାନାଳରେ ୯୬, ଗଜପତିରେ ୨୯, ଗଞ୍ଜାମରେ ୨୭, ଜଗତସିଂହପୁରରେ ୧୦୩, ଯାଜପୁରରେ ୩୩୭, ଝାରସୁଗୁଡ଼ାରେ ୧୩, କଳାହାଣ୍ଡିରେ ୪୧, କନ୍ଧମାଳରେ ୪୧, କେନ୍ଦ୍ରାପଡ଼ାରେ ୧୪୧, କେନ୍ଦୁଝରରେ ୬୧, ଖୋର୍ଦ୍ଧାରେ ୫୭୧, କୋରାପୁଟରେ ୫୯, ମାଲକାନାଗିରିରେ ୮୬, ମୟୂରଭଞ୍ଜରେ ୧୮୭, ନବରଙ୍ଗପୁରରେ ୫୭, ନୟାଗଡ଼ରେ ୧୯, ନୂଆପଡ଼ାରେ ୧୯, ପୁରୀରେ ୨୩୭, ରାୟଗଡ଼ାରେ ୮୮, ସମ୍ବଲପୁରରେ ୩୧, ସୋନପୁରରେ ୨୯, ସୁନ୍ଦରଗଡ଼ରେ ୪୩ ଓ ରାଜ୍ୟ ପୁଲରେ ୮୪ ଜଣ ସଂକ୍ରମିତ ହୋଇଛନ୍ତି ।
Powered by Froala Editor