ମହିଳାଙ୍କ ଠାରୁ ଦୁର୍ବୃତ୍ତ ଲୁଟିନେଲେ ୫୦ ହଜାର୍
କଣ୍ଟାବାଞ୍ଜି : ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ହଜାର ହଜାର ଟଙ୍କା। ଗୁରୁବାର ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଠାରୁ ୫୦ ହଜାର୍ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ବଙ୍ଗୋମୁଣ୍ଡା ଏସବିଆଇରୁ ଟଙ୍କା ଉଠାଣ କରି ଫେରିବା ବେଳେ। ପଲସରରେ ଆସି ୩ ମୁଖାପିନ୍ଧା ଦୁର୍ବୃତ୍ତ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Powered by Froala Editor