ଭୟଙ୍କର ଅଗ୍ନିକାଣ୍ଡ: ୬୦ ବଖରା ଘର ପୋଡି ପାଉଁଶ
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲା ବଡସାହି କେନ୍ଦୁଡିହା ପଞ୍ଚାୟତ କୁଳିଅଣା ଗାଁର ବିନ୍ଧାଣୀସାହିରେ ମଙ୍ଗଳବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬୦ ବଖରା ଘର ପୋଡି ପାଉଁଶ ହୋଇ ଯାଇଛି। ନିଆଁରେ ୨୦ଟି ପରିବାରର ଘର ପୋଡି ପାଉଁଶ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ପ୍ରଥମେ ଗୋଟିଏ ଘରେ ନିଆଁ ଲାଗିବା ମାତ୍ରେ ନିଆଁ ଅନ୍ୟ ଘରକୁ ବ୍ୟାପି ଯାଇଥିଲା। ୩ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଘରର ଆସବାବ ପତ୍ର ଓ ଅନ୍ୟ ଜିନିଷ ପୋଡି ପାଉଁଶ ହୋଇ ଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
Powered by Froala Editor