୧୨ ରେ ପୁଣି ଓଡ଼ିଶାଗସ୍ତରେ ଆସିବେ ଅମିତ ଶାହ

ଭୁବନେଶ୍ୱର: ବିଜେପି ଫୋକସରେ ଏବେ ରହିଛି ଓଡ଼ିଶା । ସେଥିପାଇଁ କେନ୍ଦ୍ରୀୟ ବେଜେପି ନେତୃବୃନ୍ଦ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଓଡ଼ିଶାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଥିବାବେଳେ ଆଜି ଅପରାହ୍ନଣ ୩ଟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓ ରାତି ୩ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଆଗକୁ ଅର୍ଥାତ ୧୨ ତାରିଖ ଦିନ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୁଣି ଓଡ଼ିଶାଗସ୍ତରେ ଆସିବେ ।
ଏନେଇ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂତୋମାର ସୂଚନା ଦେଇଛନ୍ତି ।
ମେ' ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ୪ଟି ଲୋକସଭା ଆସନ ସହ ୨୮ ବିଧାନସଭା ଆସନ ପାଇଁ ପଡିବ ଭୋଟ । ଏଥିପାଇଁ ଚାରିଆଡେ ଚାଲିଛି ଜୋରଦାର ପ୍ରଚାର । ଲଗାତାର କେନ୍ଦ୍ରର ହେବିଓ୍ବେଟ ନେତାମାନେ ଓଡ଼ିଶା ଗସ୍ତ କରି ହାଇଭୋଲଟେଜ ପ୍ରଚାର କରି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ ।
Powered by Froala Editor