ବଡ଼ ଖବର, ସିଂହଙ୍କ ଠାରେ ଡେଲଟା ଭାରିଆଣ୍ଟ ଠାବ
ଭୁବନେଶ୍ୱର:କରୋନାର ଦ୍ୱିତୀୟ ଲହର ସବୁଠି ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଯାହାକୁ ନେଇ ସମସ୍ତେ ଚିନ୍ତିତ । ତେବେ ଏହା ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ଏବେ ମଣିଷ ପରେ ପଶୁମାନଙ୍କୁ କରୋନା ସଂକ୍ରମଣ କରୁଥିବା ସୂଚନା ମିଳିଛି । ଚେନ୍ନାଇର ଏକ ଅଭୟାରଣ୍ୟର ୪ ସିଂହଙ୍କ ଠାରେ କରୋନାର ଡେଲଟା ଭାରିଆଣ୍ଟ ଠାବ କରାଯାଇଛି । ଚେନ୍ନାଇ ଆରିନାର ଆନ୍ନା ଜିଓଲୋଜିକାଲ ପାର୍କର ୪ଟି ସିଂହ ସଂକ୍ରମିତ ହୋଇଥିବା ଜଣାଯାଇଛି । ସଂକ୍ରମିତ ସିଂହଙ୍କ ଜିନୋମ ସିକୁ୍ୟଏନସିଂରେ ଡେଲଟାା ଭାରିଆଣ୍ଟ ଠାବ କରାଯାଇଛି ।
ପ୍ରକାଶ ଯେ, ଦେଶରେ ୪୦ ହଜାର ସାମ୍ପଲର ଜିନମ ସିକୁ୍ୟଏନ୍ସିଂ ୨୮ଟି ଲ୍ୟାବରେ ହେଉଛି । ବିହାର, ଛତିଶଗଡ଼, ଓଡ଼ିଶା ଓ ଝାରଖଣ୍ଡକୁ ନେଇ ଆଇଏଲଏସରେ ସିକୁ୍ୟଏନ୍ସିଂ ହେଉଛି । ଅଧିକ ସାମ୍ପଲ ସିକୁ୍ୟଏନ୍ସିଂ କରାଗଲେ ଡେଲଟା ପ୍ଲସ ଭାଇରସର ସ୍ଥିତି ଜଣାପଡ଼ିବ । ଦେଶରେ ୬ଟି କେସରେ ଡେଲଟା ଭାଇରସ ଚିହ୍ନଟ ହୋଇଛି । ଝାରଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲଟା ପ୍ଲସ ଚିହ୍ନଟ ହୋଇଛି । ଦ୍ୱିତୀୟ ଡୋଜ ଟିକା ନେବା ପରେ ୦.୦୩% ଲୋକ ସଂକ୍ରମିତ ବୋଲି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।
Powered by Froala Editor