‘ଭ୍ୟାକ୍ସିନ ନେବା ପରେ କୋଭିଡ ହେବନି, ଏପରି କିଛି ନାହିଁ’
ଭୁବନେଶ୍ୱର: କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ତେବେ ଅଧିକାଂଶ ଲୋକ ଡବଲ ଡୋଜ ନେଇ ସାରିବା ପରେ କୋଭିଡ ଗାଇଡ ଲାଇନକୁ ମାନୁ ନଥିବା ଦେଖିବାକୁ ମିଳୁଛି । ତେବେ ଏହି ପରିପ୍ରେକ୍ଷୀରେ ଭ୍ୟାକ୍ସିନ ନେଇ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଭ୍ୟାକ୍ସିନ ନେବା ପରେ କୋଭିଡ ହେବନି, ଏପରି କିଛି ନାହିଁ । ବିଭିନ୍ନ ଭ୍ୟାକ୍ସିନ ୭୦ରୁ ୯୦ ପ୍ରତିଶତ ଭିତରେ କାର୍ଯ୍ୟ କରୁଛି । ଭ୍ୟାକ୍ସିନ ନେଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ । ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଛି ତେଣୁ ସଂକ୍ରମଣ ହେବ । ଟିକା ନେବା ପରେ ବି କୋଭିଡ ଗାଇଡଲାଇନକୁ ଠିକଭାବେ ମାନନ୍ତୁ । ୨ ଡୋଜ ନେବା ପରେ ସଂକ୍ରମଣ ହେଉଥିବାରୁ ୪ଟି ଦିଗରେ ତର୍ଜମା ଚାଲିଛି । ଅଧିକ ପରୀକ୍ଷା ନିରୀକ୍ଷା କରିବାକୁ ସରକାର ଟେକନିକାଲ କମିଟି କରିଛନ୍ତି । ସମ୍ଭାବ୍ୟ ୩ୟ ଲହରକୁ ନେଇ ଭୟଭୀତ ହୁଅନ୍ତୁନି, ସରକାର ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ମହାପାତ୍ର କହିଛନ୍ତି ।
Powered by Froala Editor