ଜାଣନ୍ତୁ କିପରି ଭିଟାମିନ-ସିର ଅଭାବ ପୂରଣ କରିବେ ?
ଶରୀରରେ ଭିଟାମିନ୍ ସି ତିଆରି ହୁଏନାହିଁ । ତେଣୁ ଏହା ଖାଦ୍ୟ ଦ୍ୱାରା ଶରୀରକୁ ଯାଇଥାଏ । ତେଣୁ ଭିଟାମିନ ସି ଜାତୀୟ ଖାଦ୍ୟ ଯଥା; ଅଁଳା, କମଳା, ଅଙ୍ଗୁର, ଲେମ୍ବୁ, ଗୁଆ, ବିଟ୍ ରୁଟ, ପଣସ, ସେଓ, କଦଳୀ, କ୍ଷୀର, ପାଳଙ୍ଗ ଇତ୍ୟାଦି ଖାଇବା ଆବଶ୍ୟକ । ମନେରଖନ୍ତୁ ଅଧିକ ମାତ୍ରାରେ ଭିଟାମିନ୍ ସି ଖାଇବାରେ ମଧ୍ୟ ଅସୁବିଧା ରହିଛି । ଏହା ଦ୍ୱାରା ପେଟ ବ୍ୟଥା, କିଡନୀ ଷ୍ଟୋନ ଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ସୀମିତ ପରିମାଣରେ ଖାଆନ୍ତୁ ।
ବିଶେଷଜ୍ଞଙ୍କ କହିବା ଅନୁସାରେ ଶରୀରରେ ଭିଟାମିନ୍ ସି ର ଅଭାବରେ ସ୍କର୍ଭି ରୋଗ ହୋଇପାରେ । ଏହି ରୋଗରେ ପୀଡିତ ଲୋକମାନେ ଦୁର୍ବଳତା, ଥକ୍କାପଣ, ଦାନ୍ତ ଛଡା, ନଖ ଦୁର୍ବଳ, କେଶ ଝଡିବା, ଗଣ୍ଠି ଯନ୍ତ୍ରଣା ଆଦି ସମସ୍ୟା ଦେଖା ଯାଇଥାଏ । ଏହି ଲକ୍ଷଣ ଗୁଡିକୁ କେବେ ଅଣଦେଖା କରନ୍ତୁ ନାହିଁ । ଏହାର ଅଭାବରୁ ମୋତିଆବିନ୍ଦୁ, କାନ ଓ ନାକ ରୋଗ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ଫୁସଫୁସ ଦୁର୍ବଳ ହେବା, ଚର୍ମ ରୋଗ, ଆଲର୍ଜି, ଅଲସର ଭଳି ସମସ୍ୟା ଦେଖା ଦେଇଥାଏ ।
Powered by Froala Editor