ଏଆଇର ନଜର ରହିବ ଶିମିଳିପାଳ ଜଙ୍ଗଲ ଉପରେ
ଭୁବନେଶ୍ୱର: ଶିମିଳିପାଳ ଜଙ୍ଗଲ ନିଆଁ ଉପରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ନଜର ରହିଛି । ଜଙ୍ଗଲରେ ନିଅାଁ ଲାଗିବା ମାତ୍ରେ ଏଆଇ କ୍ୟାମେରା ବନ ବିଭାଗକୁ ଖବର ଦେଉଛି । ଏବେ ଶିମିଳିପାଳରେ ପରୀକ୍ଷାମୂଳକଭାବେ ୬ଟି ଏଆଇ କ୍ୟାମେରା ବ୍ୟବହୃତ ହେଉଛି । ତେବେ ଆଗକୁ ସାତକୋଶିଆ ସମେତ ନିଅାଁ ଲାଗୁଥିବା ଜଙ୍ଗଲରେ ଏଆଇ ବ୍ୟବହାର ହେବ ।
Powered by Froala Editor