ଏହି ୪ ବିଧାୟକଙ୍କ ଟିକେଟ କଟିଲା
ଭୁବନେଶ୍ୱର: ବିଜୁ ଜନତା ପକ୍ଷରୁ ସୋମବାର ବାକି ଥିବା ବିଧାନସଭା ଆସନରୁ ଆଉ କିଛି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସପ୍ତମ ପର୍ଯ୍ୟାୟରେ ଆଉ କିଛି ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ବାକି ଥିବା ୧୨ ଆସନ ମଧ୍ୟରୁ ୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୧ ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବାବେଳେ ଆହୁରି ୬ ଜଣଙ୍କ ନାମ ବାକି ଅଛି ।
ତେବେ ଆଜି ଘୋଷଣା ହୋଇଥିବା ୬ଟି ଆସନରୁ ୪ଟିରେ ବର୍ତ୍ତମାନର ବିଧାୟକଙ୍କୁ ଟିକେଟ ମିଳିନାହିଁ । ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ବିଜେଡି ଟିକେଟ ଦେଇନାହିଁ । ବରୀ ବିଧାୟକ ସୁନନ୍ଦା ଦାସଙ୍କୁ ମଧ୍ୟ ଟିକେଟ ମିିଳିନାହିଁ । ହିନେ୍ଦାଳ ବିଧାୟକ ସୀମା ନାୟକଙ୍କ ବି ଟିକେଟ କଟିଛି । ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ଅବସ୍ଥା ମଧ୍ୟ ସମାନ । ତାଙ୍କ ଟିକେଟ ବି ବିଜେଡି କାଟିଛି ।
ତେବେ ଆଜି ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ବିଧାୟକଙ୍କ ପତ୍ନୀଙ୍କୁ ଟିକେଟ ଦିଆଯାଇଛି । ବାଙ୍ଗିରିପୋଷିରୁ ଟିକେଟ ପାଇଛନ୍ତି ସୁଦାମ ମାରାଣ୍ଡିଙ୍କ ପତ୍ନୀ ରଞ୍ଜିତା ମାରାଣ୍ଡି । ସୁଦାମ ମାରାଣ୍ଡିଙ୍କୁ ବିଜେଡି ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ସେହିପରି ରଘୁନାଥପାଲି ବିଧାୟକ ସୁବ୍ରତ ତରାଇଙ୍କ ସ୍ଥାନରେ ପତ୍ନୀ ଅର୍ଚ୍ଚନାଙ୍କୁ ବିଜେଡି ଟିକେଟ ଦେଇଛି ।
ଆଜି ଘୋଷଣା ହୋଇଥିବା ୬ ପ୍ରାର୍ଥୀଙ୍କ ତାଲିକା
୧) ରଘୁନାଥପାଲୀ-ଅର୍ଚ୍ଚନା ବେହେରା
୨)ବାଲିକୁଦା ଏରସମା- ସାରଦା ଜେନା
୩)ବରୀ-ବିଶ୍ୱରଂଜନ ମଲ୍ଲିକ
୪)କାକଟପୁର-ତୁଷାରକାନ୍ତି ବେହେରା
୫)ହିନ୍ଦୋଳ-ମହେଶ ସାହୁ
୬)ବାଙ୍ଗିରିପୋଷି- ରଞ୍ଜିତା ମାରାଣ୍ଡି
Powered by Froala Editor