ବିଜେପିର ବିଧାୟକ ପ୍ରାର୍ଥୀ ଘୋଷଣା
ଭୁବନେଶ୍ୱର: ଆସନ୍ତା ନିର୍ବାଚନକୁ ନେଇ ଏବେ ରାଜ୍ୟରେ ରାଜନୀତି ସରଗରମ ରହିଛି। ପ୍ରଥମ ପର୍ୟ୍ୟାୟ ନିର୍ବାଚନକୁ ନେଇ ନାମାଙ୍କନ ପ୍ରକ୍ରିୟ ମଧ୍ୟ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ବିଜେପି ପକ୍ଷରୁ ରବିବାର ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଗୌତମ ସାମନ୍ତରାୟଙ୍କୁ ଏଠାରୁ ଦଳ ପ୍ରାର୍ଥୀ କରିଛି। ପୂର୍ବରୁ ବିଜେଡି ଏବଂ କଂଗ୍ରେସ ଏଠାରୁ ପ୍ରାର୍ଥୀ ଘେଷଣା କରିସାରିଛି। ବିଜେଡି ଇନ୍ଦିରା ନନ୍ଦଙ୍କୁ ଟିକେଟ୍ ଦେଇଥିବାବେଳେ କଂଗ୍ରେସ ତାରା ବାହିନୀପତିଙ୍କୁ ଟିକେଟ୍ ଦେଇଛି।
Powered by Froala Editor