ଓଲଟିଲା ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର, ଜଣେ ମୃତ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ବନମାଲ ଗ୍ରାମରେ ଏକ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର ଓଲଟି ଜଣଙ୍କର ମୃତ୍ୟୁ ଘଟିଛି। ଭୋରରେ ଏକ ଟ୍ରାକ୍ଟର ଶାଗୁଆନ ଗଣ୍ଡି ବୋଝେଇ ହୋଇ ଯାଉଥିଲା। ଏହି ସମୟରେ ବନମାଲ ଗ୍ରାମରୁ ୧ କିଲୋମିଟର ଦୂରରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଟ୍ରାକ୍ଟରଟି ଓଲଟି ପଡିଥିଲା। ଫଳରେ ଶାଗୁଆନ କାଠ ସବୁ ପଡିବା ସହ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି।
Powered by Froala Editor