ଏହି ନେତାଙ୍କ କଟିଲା ଟିକେଟ
ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ଷଷ୍ଠ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ବିଜେଡି ଷଷ୍ଠ ପର୍ୟ୍ୟାୟରେ ୯ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରି ବଡଚଣାରୁ ଅମର ଶତପଥୀଙ୍କ ଟିକେଟ କାଟି ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଇଛି ।। ଏହା ଦ୍ୱାରା ବିଜେଡିର ବରିଷ୍ଠ ନେତା ତଥା ଦଳର ଜଣେ ପ୍ରତିଷ୍ଠାତା ବିଧାୟକ ଅମର ପ୍ରଶାଦ ଶତପଥୀଙ୍କୁ ଶକ୍ତ ଧକ୍କା ଲାଗିଛି । ଅମର କିମ୍ବା ତାଙ୍କ ପୁଅକୁ ବିଜେଡି ପ୍ରାର୍ଥୀ କଲା ନାହିଁ । ସେହିପରି କେନ୍ଦ୍ରାପଡାରେ ବରିଷ୍ଠ ବିଧାୟକ ଶଶୀ ଭୂଷଣ ବେହେରାଙ୍କୁ ବାଦ ଦେଇ କଂଗ୍ରେସରୁ ଆସି ଯୋଗ ଦେଇଥିବା ଗଣେଶ୍ୱରଙ୍କ ଉପରେ ଭରଷା କରିଛନ୍ତି ନବୀନ । ସିମୁଳିଆରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଜ୍ୟୋତି ପାଣିଗ୍ରାହୀଙ୍କ ଟିକେଟ ମଧ୍ୟ କଟିଛି । ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତଙ୍କ ଟିକେଟ କଟିଛି । ସେଠାରେ ସନାଙ୍କ ଉପରେ ଦଳ ଭରଷା କରିଛି । ଆନନ୍ଦପୁର ବିଧାୟକ ଭଗିରଥୀ ସେଠୀଙ୍କ ମଧ୍ୟ ଟିକେଟ କଟିଛି ।
ଷଷ୍ଠ ପର୍ୟ୍ୟାୟର ତାଲିକା
ଚିଲିକା- ରଘୁନାଥ ସାହୁ
ଆନନ୍ଦପୁର - ଅଭିମନ୍ୟୁ ସେଠୀ
ସାରସକଣା - ଦେବାଶିଷ ମାରାଣ୍ଡି
କରଞ୍ଜିଆ -ବାସନ୍ତୀ ହେମ୍ବ୍ରମ
ରେମୁଣା -ବିଦୁସ୍ମିତା ମହାଳିକ
ସିମୁଳିଆ -ସୁଭାସିନୀ ସାହୁ
ବଡ଼ଚଣା -ବର୍ଷା ପ୍ରିୟଦର୍ଶିନୀ
କେନ୍ଦ୍ରାପଡା - ଗଣେଶ୍ୱର ବେହେରା
ଚମ୍ପୁଆ - ସନାତନ ମହାକୁଡ଼
Powered by Froala Editor