ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କଲା ବିଜେଡ଼ି
ଭୁବନେଶ୍ୱର: ଶନିବାର ବିଜେଡି ପକ୍ଷରୁ ବିଧାନସଭା ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିଜେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଏହି ଅବସରରେ ନବୀନ ମୋଟ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ କାହାକୁ କେଉଁ ଆସନ ପାଇଁ ଟିକେଟ ମିଳିଲା ଜାଣନ୍ତୁ ।
ଚିଲିକା: ରଘୁନାଥ ସାହୁ
ଆନନ୍ଦପୁର- ଅଭିମନୁ୍ୟ ସେଠୀ
ବଡ଼ଚଣା- ବର୍ଷା ପ୍ରିୟଦର୍ଶିନୀ
ସାରସକଣା-ଦେବାଶିଷ ମାରାଣ୍ଡି
କରଞ୍ଜିଆ-ବାସନ୍ତୀ ହେମ୍ବ୍ରମ
କେନ୍ଦ୍ରାପଡ଼ା-ଗଣେଶ୍ୱର ବେହେରା
ଚମ୍ପୁଆ-ସନାତନ ମହାକୁଡ଼
ରେମୁଣା-ବିଦ୍ୟାସ୍ମିତା ମହାଳିକ
ସିମୁଳିଆ-ସୁଭାଷିନୀ ସାହୁ
ପ୍ରକାଶ ଯେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଲାଣି । କିନ୍ତୁ ଏବେବି ଅନେକ ଆସନରେ ୩ ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି ।
Powered by Froala Editor