୧ ରୁ ବନ୍ଦ ହେବ ଭିତରକନିକା
ରାଜନଗର : ଆସନ୍ତା ମେ’ ପହିଲାରୁ ବନ୍ଦ ହେବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଛି। ନଦୀ ନାଳମାନଙ୍କରେ ଥିବା କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ। ସେମାନଙ୍କ ମିଳନ ପର୍ବ ଓ ଅଣ୍ଡାଦେବା ପ୍ରକ୍ରିୟାରେ ବାଧା ନ ଉପୁଜାଇବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ଜୁଲାଇ ୩୧ ପର୍ୟ୍ୟନ୍ତ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଜାରି ହୋଇଛି। ମାଆ କୁମ୍ଭୀର ଅଣ୍ଡା ଦେଇସାରିବା ପରେ ଅଣ୍ଡାକୁ ସୁରକ୍ଷା ଦେବା ପାଇଁ ସେଠାରେ ଜଗି ରହିଥାଏ। ଏହି ସମୟରେ ସେ ଅଧିକ ହିଂସ୍ର ହୋଇଥାଏ। ଏଥିପାଇଁ ଦେଶ ବିଦେଶର ପର୍ୟ୍ୟଟକଙ୍କୁ ଭିତରକନିକା ଜାତୀୟ ଉଦ୍ୟାନକୁ ଆସିବାକୁ ବାରଣ କରାଯାଇଛି।
Powered by Froala Editor