ହିନ୍ଦୀରେ କଥା ହେଉନଥିବାରୁ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କଲେ ୨ ଯୁବକ
ରେଷ୍ଟୁରାଷ୍ଟରେ ନିଜ ମାତୃଭାଷା କନ୍ନଡରେ କଥା ହେଉଥିଲେ ଅଭିନେତ୍ରୀ ହର୍ଷିକା ଓ ତାଙ୍କ ସ୍ୱାମୀ । ସେ କାହିଁକି ହିନ୍ଦୀରେ କଥା ହେଉନାହାନ୍ତି ବୋଲି ରାଗରେ ୨ ଯୁବକ ତାଙ୍କୁ ଓ ସ୍ୱାମୀଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ଫେସବୁକ୍ ରେ ପୋଷ୍ଟ କରିଛନ୍ତି ହର୍ଷିକା । ଆହୁରି କହିଛନ୍ତି ଯେ, ବେଙ୍ଗାଲୁରୁରେ ନିଜ ଭାଷାରେ କଥା ହେବାରେ ଆପତ୍ତି କେଉଁଠି? । ଏଭଳି ମାନସିକତା ରଖୁଥିବା ଲୋକ କେତେ ଦୂର ଠିକ ବୋଲି ପଚାରିଛନ୍ତି ।
ହର୍ଷିକା କହିଛନ୍ତି, ବେଙ୍ଗାଲୁରୁର ଫ୍ରେଜର ଟାଉନ ସ୍ଥିତ ଏକ ରେଷ୍ଟୁରାଣ୍ଟରେ ସେ ତାଙ୍କ ସ୍ବାମୀଙ୍କ ସହ ନିକଟରେ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ। ଯେତେବେଳେ ଉଭୟ ଭୋଜନ ସାରି କାର୍ ପାର୍କି ସ୍ଥଳକୁ ଫେରିଲେ, ସେତେବେଳେ ୨ ଜଣ ଦୃର୍ବୃତ୍ତ ତାଙ୍କ ସହ ଯୁକ୍ତିତର୍କ କରିବାକୁ ଲାଗିଥିଲେ। ଏହି ସମୟରେ ଦୃର୍ବୃତ୍ତମାନେ ତାଙ୍କ ସ୍ବାମୀଙ୍କ ସୁନା ଚେନ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଏହାକୁ ବିରୋଧ କରିବାରୁ କାହିଁକି କନ୍ନଡରେ କଥା ହେଉଛ ବୋଲି କହି ଦୃର୍ବୃତ୍ତମାନେ ଉତ୍ତେଜିତ ହୋଇଥିଲେ।
ଏହି ଘଟଣାକୁ ନେଇ ହର୍ଷିକା ନିଜ ଫେସବୁକ୍ ପୋଷ୍ଟରେ କେତେକ ପ୍ରଶ୍ମ ଉଠାଇଛନ୍ତି। ନିଜ ସହର ବେଙ୍ଗାଲୁରୁରେ ମାତୃଭାଷା କନ୍ନଡ଼ ବ୍ୟବହାର କରିବାରେ କ'ଣ ପ୍ରତିବନ୍ଧକ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ପାକିସ୍ତାନ ଓ ଆଫଗାନିସ୍ତାନ ପରି ଏଭଳି ନିନ୍ଦନୀୟ ଘଟଣା ବେଙ୍ଗାଲୁରୁରେ କିପରି ଘଟୁଛି ପ୍ରଶ୍ନ କରି ହର୍ଷିକା ଅସନ୍ତୋଷ ପ୍ରକାଶ କରିଛନ୍ତି।
ତେବେ ଘଟଣାକୁ ନେଇ ହର୍ଷିକା ସ୍ଥାନୀୟ ପୋଲିସ ଷ୍ଟେସନର ସହାୟତା ଲୋଡ଼ିଥିବା ବେଳେ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିବା ସେ ଅଭିଯୋଗ କରିଛନ୍ତି। ଏପରି ଘଟଣା ରୋକିବା ସହ ବେଙ୍ଗାଲୁରୁର ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କୁ ଅପିଲ କରିଛନ୍ତି।
Powered by Froala Editor