ନିର୍ବାଚନ ଡ୍ୟୁଟିରେ ଯବାନ ସହିଦ
ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନିର୍ବାଚନ ଡିୟୁଟିରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆରପିଏଫ)ର ଜଣେ ଯବାନ ସହିଦ ହୋଇଯାଇଛନ୍ତି। ମୃତ ଯବାନଙ୍କ ନାମ ଦେବେନ୍ଦ୍ର କୁମାର । ମାଥାଭାଙ୍ଗର ଏକ ମତଦାନ କେନ୍ଦ୍ରରେ ସମ୍ପୃକ୍ତ ଯବାନ ଜଣକ ମୁତୟନ ଥିଲେ।
ଜଣେ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, ବିଜାପୁର ଜିଲ୍ଲା ବସ୍ତର ଲୋକସଭା ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ରହିଛି। ଏଠାରେ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଦାନ ଚାଲିଛି। ନିର୍ବାଚନୀ ଡିୟୁଟିରେ ଥିବା ସୁରକ୍ଷାକର୍ମୀଙ୍କ ଏକ ଦଳ ମତଦାନ କେନ୍ଦ୍ରଠାରୁ ଅଧା କିଲୋମିଟର ଦୂରରେ ଏକ ଅପରେସନକୁ ଯାଇଥିଲେ।
ଏହି ସମୟରେ ଅସୁର ପୁଲିସ ଥାନା ନିକଟସ୍ଥ ଗଲଗମ ଗ୍ରାମରେ ୟୁବିଜିଏଲ(ଅଣ୍ଡର ବେରଲ ଗ୍ରେନେଡ ଲଞ୍ଚର) କନଷ୍ଟେବଳ ଦେବେନ୍ଦ୍ର କୁମାରଙ୍କ ହାତରେ ହଠାତ ବିସ୍ଫୋରଣ ହୋଇ ଯାଇଥିଲା। ବିସ୍ଫୋରଣ ପରେ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଡାକ୍ତର କହିଛନ୍ତି। ତାଙ୍କୁ ଘଟଣାସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଜଗଦଲପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଛି।
Powered by Froala Editor