ପ୍ରାର୍ଥିପତ୍ର ଦାଖଲ କଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା
ଅହମଦାବାଦ: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ କରିବା ପାଇଁ ଅମିତ ଶାହା ଗାନ୍ଧିନଗର କଲେକ୍ଟରଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ।
ପ୍ରାର୍ଥିପତ୍ର ଦାଖଲ କରିବା ପରେ ଅମିତ ଶାହା କହିଛନ୍ତି, ‘ମୁଁ ଗାନ୍ଧିନଗର ଆସନରୁ ନାମାଙ୍କନପତ୍ର ଦାଖଲ କରିଛି ଏବଂ ଗାନ୍ଧିନଗରକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଗର୍ବର ବିଷୟ। ଏହି ନିର୍ବାଚନ ହେଉଛି ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କରିବା। ସେ ୨୦୧୯ରେ ଏହି ଆସନରୁ ଜିତିଥିଲେ।
Powered by Froala Editor