ଦୁନିଆର ସବୁଠାରୁ କନିଷ୍ଠ ମହିଳା ଜ୍ୟୋତି ଆମେ ଦେଲେ ଭୋଟ
ପୁଣେ: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ସମୟରେ ଦୁନିଆର ସବୁଠାରୁ କନିଷ୍ଠ ମହିଳା ଜ୍ୟୋତି ଆମେ ନାଗପୁର ଆସନରୁ ଭୋଟ ଦେଇଛନ୍ତି। ଗିନିଜ ୱାଲର୍ଡ ରେକର୍ଡ ଅନୁଯାୟୀ, ଜ୍ୟୋତି ଦୁନିଆର ସବୁଠାରୁ ଛୋଟ ଜୀବନ୍ତ ମହିଳା ଭାବରେ ମାନ୍ୟତା ପାଇଛନ୍ତି।
ନାଗପୁରରେ ଭୋଟ ଦେବା ପରେ ସେ କହିଛନ୍ତି, ମୁଁ ଆଜି ମୋର ପୁରା ପରିବାର ସହିତ ଭୋଟ ଦେଇଛି। ମୁଁ ପ୍ରତ୍ୟେକ ଭୋଟରଙ୍କୁ ଭୋଟ ଦେବାକୁ ନିବେଦନ କରିବାକୁ ଚାହୁଁଛି କାରଣ ଏହା ଆମର କର୍ତ୍ତବ୍ୟ।
Powered by Froala Editor