୪୩ ଟପିଲା ତାପମାତ୍ରା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର: ଓଃ କି ତାତି । ଖରା ଅସହ୍ୟ । ଆକାଶରୁ ସତେଯେମିତି ନିଆଁ ଝୁଲ ଖସୁଛି । ଜଳୁଛି ସାରା ରାଜ୍ୟ । ସାଢେ ୨ଟା ସୁଦ୍ଧା ତାପମାତ୍ରା ୪୩ ଡିଗ୍ରୀ ଟପିଛି । ସାଢେ ୨ଟା ସୁଦ୍ଧା ୪୩.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ସେହିପରି ରାଜଧାନୀର ତାପମାତ୍ରା ୪୧ ଡିଗ୍ରୀ ରହିଛି । ସେହିପରି ସମ୍ବଲପୁର ୪୨.୪, କେନ୍ଦୁଝର ଓ ଚାନ୍ଦବାଲିରେ ୪୨.୨ ଡିଗ୍ରୀ ତାପମାତ୍ରା ରହିଛି ।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡ଼ୁଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଟାଣ ଖରା ପାଇଁ ଆଜି ୧୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ କିଛି ସ୍ଥାନରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ନେଇ ମଧ୍ୟ ଚେତାବନୀ ଜାରି କରାଯାଇଛି। ସେହି ସ୍ଥାନ ଗୁଡ଼ିକ ହେଲା ମୟୂରଭଂଜ, ଅନୁଗୋଳ, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା ଏବଂ କଟକ। ଏହି ଜିଲ୍ଲାକୁ ସିଭିଅର ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି।
Powered by Froala Editor