ରାସ୍ତା କଡରେ ପଡିଛି କୁଢ କୁଢ ଆବର୍ଜନା
ମୋହନା : କେନ୍ଦ୍ର ସରକାର ଗାନ୍ଧୀ ଜୟନ୍ତୀରେ ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ । ଏଥିରେ ସାମିଲ ହୋଇଥିଲେ ପ୍ରତ୍ୟେକ ସରକାରୀ କର୍ମଚାରୀ । ଗାଁ ଠାରୁ ଆରମ୍ଭ କରି ସହରର ଲୋକେ ସଚେତନ ହେବେ ଗାଁ କୁ ସଫା ରଖିବେ ଓ ରୋଗ ଦାଉରୁ ମୁକ୍ତ ହୋଇ ସ୍ୱଚ୍ଛ ଭାରତ ଗଠନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଏହା ଆରମ୍ଭ ହେବା ପରେ ପ୍ରତ୍ୟେକ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଟଙ୍କା ମଧ୍ୟ ଦିଆଯାଇଥିଲା ।
ମୋହନା ବ୍ଳକର ବିଭିନ୍ନ ପଂଚାୟତରେ ସ୍ବଚ୍ଛ ଭାରତ ବାଟବଣା । ରାସ୍ତା କଡରେ ମାସ ମାସ ଧରି ପଡି ରହୁଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଲୋକେ ଘରର ଦୂଷିତ ପାଣି ରାସ୍ତାକୁ ଛାଡ଼ୁଛନ୍ତି ଏବଂ ଅଳିଆ ଆବର୍ଜନା ଦାଣ୍ଡରେ ଫୋପାଡ଼ୁଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା ବ୍ଲକର ବିରକୋଟ ଗ୍ରାମରେ। ଜାତୀୟ ରାଜପଥ ୩୨୬ ରାସ୍ତା କଡ଼ରେ ପଡି ରହିଛି ଅଳିଆ ଆବର୍ଜନାର ପାହାଡ଼ । ବର୍ଷା ହେଲେ ସେହି ଅଳିଆ ଗଦାରେ ପାଣି ଜମି ପରିବେଶ ଦୂଷିତ ହେବା ସହ ଗାଁରେ ଭାସୁଛି ଦୂଷିତ ପାଣି। ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Powered by Froala Editor