ଏହି ୨ଟି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଧାନସଭା ନିର୍ବାଚନରେ ଚଳିତ ଥର ୨ଟି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୯ ଭଳି ଏଥର ମଧ୍ୟ ୨ଟି ଆସନରେ ଲଢିବାକୁ ଓହ୍ଲାଇଛନ୍ତି ନବୀନ। ପୂର୍ବରୁ ହିଞ୍ଜିଳି ଆସନରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ ଏବେ କଣ୍ଟାବାଞ୍ଜିରୁ ଲଢିବାକୁ ଘୋଷଣା କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ହିଞ୍ଜିଳି ସହ ବିଜେପୁର ଆସନରୁ ଲଢିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଭୟ ଆସନରେ ବିପୁଳ ଭୋଟରେ ବିଜୟୀ ମଧ୍ୟ ହୋଇଥିଲେ। ପରେ ବିଜେପୁର ଆସନ ଛାଡି ହିଞ୍ଜିଳି ଆସନକୁ ରଖିଥିଲେ।
Powered by Froala Editor