କ୍ଲବଘର ବାହାରେ ପଡିରହିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ
ବାଙ୍କି: ହରିରାଜପୁର ନୂଆସାହି କ୍ଲବଘର ବାହାରେ ପଡିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ। କୋଠଘର ବାହାରେ ମୃତଦେହ ପଡି ରହିଥିବା ବେଳେ ତା ପାଖରେ ପଡିରହିଛି ଖଣ୍ଡା, ମୋବାଇଲ୍ ଓ ଚପଲ। ମୃତ ଯୁବକ ଗ୍ରାମର ଶୀତଲ ସାହୁ ବୋଲି ସୂଚନା ମିଳିଛି। ଯୁବକଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। କୋଠଘର ଭିତରେ ମଧ୍ୟ ଜଣଙ୍କର ମୃତଦେହ ପଡିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ କରୁଛି।
Powered by Froala Editor