ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଜମ୍ମୁ- କଶ୍ମୀରର ପୁଲୱାମାରେ ଏନକାଉଣ୍ଟରରେ ଟଳିଲା ଜଣେ ଆତଙ୍କବାଦୀ। ପୁଲୱାମାରେ ଆଜି ଭୋରୁ ସୁରକ୍ଷା କର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷ ମଧ୍ୟରେ ଆଖି ବୁଜା ଗୁଳି ଚାଳନା ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଦ୍ୱାରା ନିପାତହୋଇଛି ଜଣେ ଆତଙ୍କବାଦୀ । ଏଥିସହ ଆଉ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଘେରାବନ୍ଦୀ କରି ରଖିଥିବା ଜଣାଯାଇଛି।
ପୁଲୱାମା ଜିଲ୍ଲାର ଅର୍ଶିପୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ସୂଚନା ମିଳିଥିଲା। ଏହାପରେ ତୁରନ୍ତ ଆଜି ଭୋରରୁ ଆଖପାଖ ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ବହୁ ସମୟ ପର୍ୟ୍ୟନ୍ତ ଉଭୟ ପାର୍ଶ୍ୱରୁ ଆଖିବୁଜା ଗୁଳି ଚାଳନା ହୋଇଥିଲା।
ଏଥିରେ ଜଣେ ଆତଙ୍କୀ ନିପାତ ହୋଇଥିବା ବେଳେ ଆଉ ଜଣଙ୍କୁ ସୁରକ୍ଷା କର୍ମୀ ଘେରିଥିବା ଜଣାଯାଇଛି।
Powered by Froala Editor