ମାର୍କ ଜୁକରବର୍ଗ ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ବିଶ୍ୱ ଧନୀ ତାଲିକାରେ ପଛରେ ପଡିଲେ ଏଲନ ମକ୍ସ, ଅନିଲ ଅମ୍ବାନୀ, ଗୌତମ ଆଦାନି। ଏହି ତିନିଜଣଙ୍କୁ ପଛରେ ପକାଇ ଫେସବୁକ୍ ର ସିଇଓ ମାର୍କ ଜୁକରବର୍ଗ ହୋଇଛନ୍ତି ବିଶ୍ୱର ଶ୍ରେଷ୍ଠ ତୃତୀୟ ଧନୀ ବ୍ୟକ୍ତି । ୨୦୨୦ ପରଠାରୁ ପ୍ରଥମ ଥର ସମ୍ପତି ଦୃଷ୍ଟିରୁ ବିଶ୍ୱର ତୃତୀୟ ଧନୀ ବ୍ୟକ୍ତି ସାଜିଛନ୍ତି ଜୁକରବର୍ଗ। ମେଟା ସେୟାର ଯୋଗୁ ଜୁକରବର୍ଗଙ୍କ ସମ୍ପତ୍ତି ବୃଦ୍ଧି ପାଇଥିବା କୁହାଯାଉଛି। ମାର୍କ ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୧୮୭ ବିଲିୟନ ଡଲାର ହେବ। ଭାରତୀୟ ଅର୍ଥରାଶି ଅନୁସାରେ ୧୫.୫୭ ଲକ୍ଷ କୋଟି । ରିପୋର୍ଟ ଅନୁସାରେ ଏହି ବର୍ଷ ଜୁକରବର୍ଗଙ୍କ ସମ୍ପର୍ତ୍ତି ୫୮.୯ ବିଲିୟନ ଡଲାର ବୃଦ୍ଧି ପାଇଛି। ମାର୍ଚ୍ଚ ମାସ ଆରମ୍ଭରୁ ବ୍ଲୁମ୍ ବର୍ଗ ବିଲେନିୟର ଇଣ୍ଡେକ୍ସ ଏକ ସର୍ଭେ କରି ଏହି ରିପୋର୍ଟ ପ୍ରକାଶ କରିଛି। ଏଲନ୍ ମକ୍ସଙ୍କ ସମ୍ପତ୍ତି ୧୮୧ ବିଲିୟନ ଡଲାର ରହିଥିବାରୁ ସେ ହୋଇଛନ୍ତି ଚତୁର୍ଥ ଧନୀ ବ୍ୟକ୍ତି।
Powered by Froala Editor