କୋର୍ଟରୁ ଆଶ୍ୱସ୍ତି: ନିର୍ବାଚନ ଲଢ଼ିପାରନ୍ତି ଦିଲ୍ଲୀପ ରାୟ
ନିର୍ବାଚନରେ ଲଢ଼ିପାରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ନେତା ଦିଲ୍ଲୀପ ରାୟ।ଦିଲ୍ଲୀ ହାଇକୋର୍ଟ ଆଉ କୋର୍ଟଙ୍କ ରହିତାଦେଶ ପରେ ଦିଲୀପଙ୍କ ନିର୍ବାଚନ ଲଢ଼ିବା ବାଟ ଫିଟିଛି | ମିଳିଥିବା ସୂଚନା ମୁତାବକ କୋଇଲା ଦୁର୍ନୀତି ମାମଲାରେ ୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲେ । ୩ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟ। ଆଉ ଦଣ୍ଡାଦେଶକୁ ଚାଲେଂଜ କରି ହାଇକୋର୍ଟ ଯାଇଥିଲେ ଦିଲୀପ ।
ଦିଲ୍ଲୀପଙ୍କ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସ୍ୱରନ କାନ୍ତ ଶର୍ମା ଶୁଣାଣି କରିଛନ୍ତି । ଜଷ୍ଟିସ ଶର୍ମା ତାଙ୍କ ରାୟରେ କହିଛନ୍ତି ଯେ, ଯଦି ଶ୍ରୀ ରାୟଙ୍କ ପ୍ରାର୍ଥନାକୁ ମଞ୍ଜୁର କରାନଯାଏ, ତା’ହେଲେ ସେ ନିର୍ବାଚନ ଲଢ଼ିବାର ସୁଯୋଗ ହରାଇ ବସିବେ । ଏହା ତାଙ୍କର ରାଜନୀତିକ କ୍ୟାରିୟରକୁ ଅପୂରଣୀୟ କ୍ଷତି କରିବ । ତେଣୁ ରାୟ ଦୋଷୀ ସାବ୍ୟସ୍ତ ହେବାକୁ ନେଇ ରାୟ ଉପରେ କୋର୍ଟରେ ଚ୍ୟାଲେଞ୍ଜ କରିଥିବାରୁ ଟ୍ରାଏଲ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରାଯାଉଛି । ଦିଲ୍ଲୀ ହାଇକୋର୍ଟଙ୍କ ୱେବସାଇଟରେ ଏହି ରାୟ ଉଲ୍ଲେଖ ରହିଛି ।
ଦିଲ୍ଲୀପ ତାଙ୍କ ଆବେଦନରେ ନିର୍ବାଚନ ଲଢ଼ିବା ପାଇଁ ଇଚ୍ଛା ବ୍ୟକ୍ତ କରି ସିବିଆଇ କୋର୍ଟ ଦ୍ୱାରା ଦୋଷୀସାବ୍ୟସ୍ତ କରାଯିବା ଓ ଦଣ୍ଡାଦେଶ ଉପରେ ରହିତାଦେଶ ନିମନ୍ତେ ଅନୁରୋଧ କରିଥିଲେ ।
Powered by Froala Editor