ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଶୋଇବା ଆବଶ୍ୟକ

ନିକଟରେ ବିଶ୍ବରେ ୧୯ଟି ଦେଶର ମହିଳା-ପୁରୁଷଙ୍କୁ ସାମିଲ କରାଯାଇ ସେମାନଙ୍କ ନିଦ ଉପରେ ଅନୁଧ୍ୟାନ କରାଯାଇଥିଲା। ମତାମତ ନେବା ପରେ ୬୧% ମହିଳା ସେମାନଙ୍କ ନିଦରେ ବ୍ୟାଘାତ ହେଉଥିବା ଅଭିଯୋଗ ବି କରିଥିଲେ। ସେହି ମହିଳା ବର୍ଗଙ୍କ ମଧ୍ୟରେ ୨୭% କର୍ମଜୀବୀ ଥିଲେ ଓ ଘରର ସବୁ ଦାୟିତ୍ବ ସେମାନଙ୍କ ଉପରେ ନ୍ୟସ୍ତ ଥିଲା। ଅନ୍ୟ ପରିବାର ସଦସ୍ୟଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ କାମ କରିବାକୁ ପଡ଼େ, ଯେଉଁଥିପାଇଁ ସେମାନେ ପର୍ୟ୍ୟାପ୍ତ ଶୋଇପାରନ୍ତିନି। ଦିନମାନ ସେଥି ଯୋଗୁଁ ଥକ୍କା ଲାଗେ ଓ ସେମାନେ ଚିଡ଼ଚିଡ଼ା ହୁଅନ୍ତି। ଉଭୟ ମାନସିକ ଓ ଶାରୀରିକ ଭାବେ ମହିଳାମାନେ ଅଧିକ କାର୍ୟ୍ୟ କରୁଥିବାରୁ ପୁରୁଷଙ୍କ ତୁଳନାରେ ସେମାନେ ବେଶୀ ସମୟ ବିଶ୍ରାମ ଆବଶ୍ୟକ କରନ୍ତି। ଏହା ବ୍ୟତୀତ ମହିଳାମାନଙ୍କ ଶରୀରରେ ହରମୋନ୍ ପରିବର୍ତ୍ତନ ମଧ୍ୟ ସେମାନଙ୍କର ନିଦ୍ରାର ଗୁଣକୁ ନଷ୍ଟ କରିଥାଏ, ଯେଉଁଥିପାଇଁ ସେମାନଙ୍କୁ ପୁରୁଷଙ୍କ ଅପେକ୍ଷା ଅଧିକ ଶୋଇବା ଆବଶ୍ୟକ।
Powered by Froala Editor